Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଦ୍ରୁତଗାମୀ ଲୋଡର ବାଇକକୁ ମାରିଲା ଧକ୍କା, ତିନି ମୃତ
FMNEWS.IN
22-12-2024
ରାୟବରେଲି, 22 ଡିସେମ୍ବର - ଦ୍ରୁତଗାମୀ ଲୋଡରର ଦକ୍କାରେ ବାଇକରେ ବସିଥିବା ତିନିଜଣ ଲୋକ ଆହତ ହୋଇଛନ୍ତି । ଦୁର୍ଘଟଣଶ ଶନିବାର ବିଳମ୍ବିତ ରାତିରେ ହୋଇଛି । ବାଇକରେ ବସିଥିବା ଦମ୍ପତି ସହିତ ଜଣେ ମହିଳା ଯାଉଥିବା ବେଳେ ସାମ୍ନାକୁ ଆସୁଥିବା ଲୋଡର ତାଙ୍କୁ ଧକ୍କା ଦେଇଥିଲା । ଲୋଡର ଚାଳକ ଦୁର୍ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।
ଗଦାଗଂଜ ଥାନା ଅନ୍ତର୍ଗତ ହରଦୋର ବାସିନ୍ଦା ଅଶୋକ ତାଙ୍କ ପତ୍ନୀ ଲୀଳା ଓ ସାନଭାଇର ପତ୍ନୀ କବିତାଙ୍କ ସହ ବାଇକରେ ଯାଉଥିଲେ । ସେ ଲାଲଗଂଜ-ଉଂଚାହାର ରାସ୍ତାରେ ଗଦାଗଂଜ ଥାନା ଅଂଚଳରେ କୁରୌଲୀ ବୁଧକର ଗାଁ ନିକଟରେ ପହଂଚିବା ସମୟରେ ସାମ୍ନା ପଟୁ ଆସୁଥିବା ଏକ ଦ୍ରୁତଗାମୀ ଲୋଡର ବାଇକକୁ ଧକ୍କା ଦେଇଥିଲା ।
ଏଥିରେ ତିନିଜଣ ଗୁରୁତର ହୋଇପଡିଥିଲେ । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା, ମାତ୍ର ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।