Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଜାମ୍ମୁ କାଶ୍ମୀରରେ ନିୟନ୍ତ୍ରଣ ରେଖାରେ ପାକିସ୍ଥାନ ସେନା ଆଖିବୁଜା ଗୁଳି ଚଳାଇଲା, ନଅ ନାଗରିକଙ୍କ ମୃତ୍ୟୁ,50 ଆହତ
FMNEWS.IN
07-05-2025
ପୁଞ୍ଛ:ପହଲଗ୍ରାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର କୁଟନୈତିକ ଦଣ୍ଡମୁଳକ ପଦକ୍ଷେପ ପରେ ଜାମ୍ମୁ କାଶ୍ମୀର ସୀମାରେ ଲଗାତାର ଅସ୍ତ୍ରବିରତି ଉଲଙ୍ଘନ କରିଆସୁଛି।ପହଲଗ୍ରାମ ଆତଙ୍କର ଦ୍ୱିତୀୟ ଦିନଠାରୁ ପାକିସ୍ଥାନର ଏହି କାର୍ଯ୍ୟକଳାପ ଜାରି ରହିଛି।ଜାମ୍ମୁକାଶ୍ମୀରର ନିୟନ୍ତ୍ରଣ ରେଖା ପାର୍ଶ୍ୱରେ ଥିବା ଅନେକ ଅଞ୍ଚଳରେ ରାତିରେ ପାକିସ୍ଥାନ ସେନା ବିନା ପ୍ରରୋଚନାରେ ଗୁଳିବର୍ଷଣ କରିଥିଲା।ଏହି ଘଟଣାରେ ନଅଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ 50ରୁ ଅଧିକ ଆହତ ହୋଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଗତ ବିଳମ୍ବିତ ରାତି ଏବଂ ଆଜି ସକାଳେ ପୁଞ୍ଛ ଏବଂ ମେଣ୍ଢର ସେକ୍ଟରରେ ନିୟନ୍ତ୍ରଣ ରେଖାରେ ପାକିସ୍ଥାନ ସେନା ପକ୍ଷରୁ ପ୍ରବଳ ଗୁଳିବର୍ଷଣରେ ସାତଜଣଙ୍କର ମୃତ୍ୟୁ ହୋଇଛି ଏବଂ 38 ଜଣ ଆହତ ହୋଇଛନ୍ତି।