Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଜାମ୍ମୁ କାଶ୍ମୀରରେ ନିୟନ୍ତ୍ରଣ ରେଖାରେ ପାକିସ୍ଥାନ ସେନା ଆଖିବୁଜା ଗୁଳି ଚଳାଇଲା, ନଅ ନାଗରିକଙ୍କ ମୃତ୍ୟୁ,50 ଆହତ
FMNEWS.IN
07-05-2025
ପୁଞ୍ଛ:ପହଲଗ୍ରାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର କୁଟନୈତିକ ଦଣ୍ଡମୁଳକ ପଦକ୍ଷେପ ପରେ ଜାମ୍ମୁ କାଶ୍ମୀର ସୀମାରେ ଲଗାତାର ଅସ୍ତ୍ରବିରତି ଉଲଙ୍ଘନ କରିଆସୁଛି।ପହଲଗ୍ରାମ ଆତଙ୍କର ଦ୍ୱିତୀୟ ଦିନଠାରୁ ପାକିସ୍ଥାନର ଏହି କାର୍ଯ୍ୟକଳାପ ଜାରି ରହିଛି।ଜାମ୍ମୁକାଶ୍ମୀରର ନିୟନ୍ତ୍ରଣ ରେଖା ପାର୍ଶ୍ୱରେ ଥିବା ଅନେକ ଅଞ୍ଚଳରେ ରାତିରେ ପାକିସ୍ଥାନ ସେନା ବିନା ପ୍ରରୋଚନାରେ ଗୁଳିବର୍ଷଣ କରିଥିଲା।ଏହି ଘଟଣାରେ ନଅଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ 50ରୁ ଅଧିକ ଆହତ ହୋଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଗତ ବିଳମ୍ବିତ ରାତି ଏବଂ ଆଜି ସକାଳେ ପୁଞ୍ଛ ଏବଂ ମେଣ୍ଢର ସେକ୍ଟରରେ ନିୟନ୍ତ୍ରଣ ରେଖାରେ ପାକିସ୍ଥାନ ସେନା ପକ୍ଷରୁ ପ୍ରବଳ ଗୁଳିବର୍ଷଣରେ ସାତଜଣଙ୍କର ମୃତ୍ୟୁ ହୋଇଛି ଏବଂ 38 ଜଣ ଆହତ ହୋଇଛନ୍ତି।