Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଯୁବକଙ୍କ କାରଣରୁ ବିକଶିତ ଭାରତ ଓ ଆତ୍ମନିର୍ଭର ଭାରତର ସଫଳତା ସୁନିଶ୍ଚିତ ଅଟେ-ପ୍ରଧାନମନ୍ତ୍ରୀ
FMNEWS.IN
26-12-2024
ନୂଆଦିଲ୍ଲୀ, 26 ଡିସେମ୍ବର :- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଯୁବକଙ୍କ ସାହସ ଓ ସାମର୍ଥ୍ୟର ପ୍ରଶଂସା କରି କହିଛନ୍ତି ଯେ, ଆଜିର ଯୁବକଙ୍କ ସାମ୍ନାରେ ବିକଶିତ ଭାରତର ଲକ୍ଷ୍ୟ ରହିଛି । ସେ କହିଛନ୍ତି ଯେ, ଯୁବକଙ୍କ କାରଣରୁ ବିକଶିତ ଭାରତ ଓ ଆତ୍ମନିର୍ଭର ଭାରତର ସଫଳତା ସୁନିଶ୍ଚିତ ଅଟେ ।
ପ୍ରଧାନମନ୍ତ୍ରୀ ଗୁରୁବାର ନୂଆଦିଲ୍ଲୀରେ ଭାରତ ମଣ୍ଡପମରେ ବୀର୍ ବାଲ୍ ଦିବସ ସମାରୋହକୁ ସଂବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବସରରେ ସୁପୋଷିତ ଗ୍ରାମ ପଂଚାୟକ ଅଭିଯାନର ଶୁଭାରମ୍ଭ ବି କରିଛନ୍ତି । ଏହାର ଉଦ୍ଦେଶ୍ୟ ପୋଷଣ ସଂପର୍କିତ ସେବାର କାର୍ଯ୍ୟନ୍ୱୟନକୁ ମଜବୁତ କରି ଏବଂ ସକ୍ରିୟ ସାମୁଦାୟିକ ଭାଗିଦାରୀ ସୁନିଶ୍ଚିତ କରି ପୋଷଣା ସଂପର୍କିତ ପରିଣାମ ଓ କଲ୍ୟାଣରେ ସୁଧାର ଆଣିବା । ପ୍ରଧାନମନ୍ତ୍ରୀ ମୋଦି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଜାତୀୟ ବାଲ୍ ପୁରସ୍କାରର ବିଜେତା ପିଲାଙ୍କ ସହ କଥା ହୋଇଥିଲେ ।