- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ଆତଙ୍କର ମୂଲ୍ୟ ଦେବାକୁ ହେବ, ପାକିସ୍ତାନର ଷ୍ଟେଟ ଓ ନନ୍ -ଷ୍ଟେଟ ଆକ୍ଟରଙ୍କ ନାଟକ ଚାଲିବ ନାହିଁ - ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୨୨ ମଇ :- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ବିକାନେରରେ ଗୁରୁବାର ପଡ଼ୋଶୀ ଦେଶ ପାକିସ୍ତାନକୁ ଚେତାବନୀ ଦେଇ କଡ଼ା ଶବ୍ଦରେ କହିଛନ୍ତି ଯେ, ଏବେ ପାକିସ୍ତାନର ଷ୍ଟେଟ ଓ ନନ୍ -ଷ୍ଟେଟ ଆକ୍ଟରଙ୍କ ନାଟକ ଚାଲିବ ନାହିଁ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ପାକିସ୍ତାନ ସିଧାସଳଖ ଯୁଦ୍ଧରେ ଭାରତକୁ ଜିତି ପାରିବ ନାହିଁ । ଏଥିପାଇଁ ସେ ଆତଙ୍କବାଦକୁ ଲଢ଼େଇର ଅସ୍ତ୍ର କରିଛି, କିନ୍ତୁ ଏବେ ଆତଙ୍କବାଦୀ ଓ ତାଙ୍କୁ ସମର୍ଥନ ଦେଉଥିବା ସରକାରରେ କୌଣସି ପାର୍ଥକ୍ୟ କରାଯିବ ନାହିଁ । ପ୍ରତ୍ୟେକ ଆତଙ୍କବାଦୀ ଆକ୍ରମଣର ମୂଲ୍ୟ ପାକିସ୍ତାନର ସେନା ଏବଂ ଅର୍ଥବ୍ୟବସ୍ଥାକୁ ଦେବାକୁ ହେବ । ସେ କହିଥିଲେ ଯେ, ପଡ଼ୋଶୀ ଦେଶ ସହିତ କଥାବାର୍ତା ଏବଂ ବ୍ୟବସାୟ ବନ୍ଦ ରହିବ ଏବଂ କେବଳ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ହିଁ ଏକମାତ୍ର ପ୍ରସଙ୍ଗ ହେବ ଯାହା ଉପରେ କୌଣସି ସମ୍ବାଦ ହେବ ।
ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଏହି ନୂଆ ରୂପକୁ ରୌଦ୍ର ରୂପ ବୋଲି କହିଛନ୍ତି । ଏବଂ ଜନତାଙ୍କ ପକ୍ଷରୁ ମିଳିଥିବା ମୋଦୀ- ମୋଦୀ ନାରାକୁ ସମ୍ମାନପୂର୍ବକ ସ୍ୱୀକାର କରିଛନ୍ତି ।