- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ନଗାଓଁରେ ଦୁଇଟି ସଡକ ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ
ନଗାଓଁ(ଆସାମ) 25 ମଇ-ନଗାଓଁ ଜିଲ୍ଲାରେ ଅବସ୍ଥିତ 36 ନମ୍ବର ଜାତୀୟ ରାଜପଥରେ ଶନିବାର ରାତିରେ ଦୁଇ ଭିନ୍ନ ଭିନ୍ନ ସଡକ ଦୁର୍ଘଟଣାରେ ତିନିଜଣଙ୍କର ମୃତ୍ୟୁ ଘଟିଛି।ପୋଲିସ ରବିବାର କହିଛି ଯେ ପ୍ରଥମ ଦୁର୍ଘଟଣା କଠିୟାତଳୀ ରଙ୍ଗବେଙ୍ଗ ଅଞ୍ଚଳରେ ହୋଇଥିଲା ଯେଉଁଠାରେ ରାଜପଥ ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକରେ ଦ୍ରୁତ ଗତି ପଲ୍ସର ବାଇକ ଧକ୍କା ଦେଇଥିଲା।ଏହି ଦୁର୍ଘଟଣାରେ ବାଇକ ଆରୋହୀ ଦୁଇ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।ମୃତକଙ୍କ ପରିଚୟ ଡବକା ଚାଙ୍ଗମାଜିର ଗ୍ରାମ ବାସିନ୍ଦା ଉତ୍ପଳ ତକବୀ ଏବଂ ହେମରିନ ତେରାନ ଭାବରେ ଚିହ୍ନଟ ହୋଇଛନ୍ତି। ଦ୍ୱିତୀୟ ଦୁର୍ଘଟଣାଟି ରାଙ୍ଗଲୁ ଅଞ୍ଚଳରେ ହୋଇଥିଲା ,ଯେଉଁଠାରେ ଜଣେ ବ୍ୟକ୍ତି ନିଜ ଗାଡି ପାର୍କିଂ କରି ରାଜପଥ ପାର କରି ବଜାର ଯାଉଥିଲେ।ସେହି ସମୟରେ ଏକ ଦ୍ରୁତ ଗତି ଗାଡି ତାଙ୍କୁ ଚାପି ଦେଇଥିଲା,ଯାହାଫଳରେ ତାଙ୍କର ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।ବର୍ତ୍ତମାନ ମୃତକଙ୍କ ପରିଚୟ ମିଳିନହିଁ।ପୋଲିସ ଉଭୟ ମାମଲାରେ ତଦନ୍ତ ଆରମ୍ଭ କରିଛି।ଏହି ଦୁର୍ଘଟଣା ଯୋଗୁଁ ଅଞ୍ଚଳରେ ଆତଙ୍କର ବାତାବରଣ ରହିଛି।