Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ରାମବନରେ ବାଦଲ ଫାଟିବା କାରଣରୁ ତିନିଜଣଙ୍କର ମୃତ୍ୟୁ ,ଲକ୍ଷ ଲକ୍ଷ ସମ୍ପତ୍ତି ନଷ୍ଟ
FMNEWS.IN
20-04-2025
ଜାମ୍ମୁ 20 ଅପ୍ରେଲ -ରାମବନ ଜିଲ୍ଲାର ସେରୀ ବଗନା ଅଞ୍ଚଳରେ ରବିବାର ସକାଳେ ବାଦଲ ଫାଟିବା ଘଟଣାରେ ତିନିଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।ଅଧିକାରୀମାନେ ସୁଚନା ଦେଇଛନ୍ତି ଯେ ଏହି ଦୁର୍ଘଟଣା ସକାଳ ସମୟରେ ହଠାତ ବାଦଲ ଫାଟିଯିବା ଫଳରେ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ରାମବନର ଡେପୁଟି କମିଶନର ବସୀର ଉଲ ହକ ଚୌଧୁରୀ କହିଛନ୍ତି ଯେ ରାତିସାରା ହୋଇଥିବା ମୁସଳଧାର ବର୍ଷା ଯୋଗୁଁ ଜିଲ୍ଲାର ଅନେକ ସ୍ଥାନରେ ଭୁସ୍ଗଳନ ଏବଂ ହଠାତ ଆସିଥିବା ବନ୍ୟାରେ ଅଚଳ ସମ୍ପତ୍ତି ଏବଂ କିଛି ଯାନବାହାନର ଗୁରୁତର କ୍ଷୟକ୍ଷତି ହୋଇଛି ,ବିଶେଷକରି ଜାମ୍ମୁ-ଶ୍ରୀନଗର ରାଜପଥରେ।ସେ କହିଛନ୍ତି ଯେ ଅଞ୍ଚଳରେ ବଡ ଉଦ୍ଧାର କାର୍ଯ୍ୟ ଚାଲିଛିଏବଂ ରାସ୍ତା ବନ୍ଦ ହେବା କାରଣରୁ ରାତିରୁ ଯନ୍ତ୍ରପାତି ଏବଂ ଉଦ୍ଧାର ଦଳକୁ ନିୟୋଜିତ କରାଯାଇଛି।ଡେପୁଟି କମିଶନର ନିଶ୍ଚିତ କରିଛନ୍ତି ଯେ ଏହି ଦୁର୍ଘଟଣାରେ ତିନିଜଣଙ୍କର ଦୁର୍ଭାଗ୍ୟବଶତଃ ମୃତ୍ୟୁ ହୋଇଛି।