Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଛତିଶଗଡର ବିଜାପୁରରେ ଗୁଳି ବିନିମୟରେ ତିନି ନକ୍ସଲ ନିହତ
FMNEWS.IN
12-01-2025
ବିଜାପୁର, 12 ଜାନୁଆରି- ଛତିଶଗଡର ବିଜାପୁର ଜିଲ୍ଲା ମଦ୍ଦଡ ଥାନା ଅନ୍ତର୍ଗତ ବନ୍ଦେପାରା-କୋରଂଜେଡ ନ୍ୟାସନାଲ ପାର୍କ ଏରିଆରେ ରବିବାର ସକାଳେ ସୁରକ୍ଷାବଳ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ତିନିଜଣ ପୋଷାକଧାରୀ ନକ୍ସଲ ନିହତ ହୋଇଛନ୍ତି । ସର୍ଚ୍ଚିଂରେ ଏବେ ସୁଦ୍ଧା ତିନି ଜଣଙ୍କ ମୃତଦେହ ଜବତ ହୋଇଛି । ମୃତ୍ୟୁବରଣ କରିଥିବା ନକ୍ସଲଙ୍କ ଶବ ସହିତ ଘଟଣାସ୍ଥଳରୁ ଅଟୋମେଟିକ ଅସ୍ତ୍ରଶସ୍ତ୍ର ସହିତ ଅନ୍ୟ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋଟକ ପଦାର୍ଥ ଓ ନକ୍ସଲ ସାମଗ୍ରୀ ଜବତ ହୋଇଛି । ବସ୍ତର ଆଇଜି ସୁନ୍ଦରରାଜ ପି. ଗୁଳି ବିନିମୟ ନେଇ ସୂଚନା ଦେଇଛନ୍ତି । ମୃତକଙ୍କ ପରିଚୟ ଖୋଜାଚାଲିଛି ।