Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଛତିଶଗଡର ବିଜାପୁରରେ ଗୁଳି ବିନିମୟରେ ତିନି ନକ୍ସଲ ନିହତ
FMNEWS.IN
12-01-2025
ବିଜାପୁର, 12 ଜାନୁଆରି- ଛତିଶଗଡର ବିଜାପୁର ଜିଲ୍ଲା ମଦ୍ଦଡ ଥାନା ଅନ୍ତର୍ଗତ ବନ୍ଦେପାରା-କୋରଂଜେଡ ନ୍ୟାସନାଲ ପାର୍କ ଏରିଆରେ ରବିବାର ସକାଳେ ସୁରକ୍ଷାବଳ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ତିନିଜଣ ପୋଷାକଧାରୀ ନକ୍ସଲ ନିହତ ହୋଇଛନ୍ତି । ସର୍ଚ୍ଚିଂରେ ଏବେ ସୁଦ୍ଧା ତିନି ଜଣଙ୍କ ମୃତଦେହ ଜବତ ହୋଇଛି । ମୃତ୍ୟୁବରଣ କରିଥିବା ନକ୍ସଲଙ୍କ ଶବ ସହିତ ଘଟଣାସ୍ଥଳରୁ ଅଟୋମେଟିକ ଅସ୍ତ୍ରଶସ୍ତ୍ର ସହିତ ଅନ୍ୟ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋଟକ ପଦାର୍ଥ ଓ ନକ୍ସଲ ସାମଗ୍ରୀ ଜବତ ହୋଇଛି । ବସ୍ତର ଆଇଜି ସୁନ୍ଦରରାଜ ପି. ଗୁଳି ବିନିମୟ ନେଇ ସୂଚନା ଦେଇଛନ୍ତି । ମୃତକଙ୍କ ପରିଚୟ ଖୋଜାଚାଲିଛି ।