Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେ ରେ ଡବଲ ଡେକର ବସ୍ କୁ ପିଟିଲା ଟ୍ରଲି : ଚାଳକ ମୃତ, ୨୭ ଆହତ
FMNEWS.IN
04-05-2025
ଲକ୍ଷ୍ନୌ, ୪ ମଇ- ଉନ୍ନାବ ଜିଲ୍ଲାର ଔରସ ଥାନା ଅନ୍ତର୍ଗତ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେ ରେ ରବିବାର ସକାଳେ ଡବଲ ଡେକର ବସ୍ କୁ ଧକ୍କା ଦେଇଛି ଟାଇଲ୍ ବୋଝେଇ ଟ୍ରଲି । ଏହି ଦୁର୍ଘଟଣାରେ ବସ୍ ଚାଳକ ହରେନ୍ଦ୍ର ସିଂହଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ବସ୍ ରେ ଥିବା ୨୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ତନ୍ମଧ୍ୟରୁ ୧୧ ଜଣ ଗୁରୁତର ହୋଇଛନ୍ତି । ମୃତ ଡ୍ରାଇଭରଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ପୋଲିସ । ଆହତ ମାନଙ୍କୁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୁରୁତର ମାନଙ୍କୁ ଲକ୍ଷ୍ନୌ ଟ୍ରମା ସେଂଟରରେ ଭର୍ତି କରାଯାଇଛି ।