Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ବିହାରର ବୈଶାଳୀରେ କାରକୁ ଧକ୍କା ଦେଲା ଟ୍ରକ, 4 ମୃତ, 3 ଆହତ
FMNEWS.IN
08-04-2025
ପାଟଣା, 8 ଏପ୍ରିଲ୍L-ବିହାରର ବୈଶାଳୀ ଜିଲ୍ଲାର ଜଂଦାହା ଅନ୍ତର୍ଗତ ମହିସୌର ଥାନାର ପନସଲା ଚୌକ ନିକଟରେ ଆଜି ସକାଳେ ଏକ ଟ୍ରକ କାରକୁ ଧକ୍କା ଦେଇଛି । ଦୁର୍ଘଟଣାରେ ଗୋଟିଏ ପିଲା ସମେତ ତିନିଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ସେହିପରି ଡ୍ରାଇଭର ସମେତୟ ତିନିଜଣ ଆହତ ହୋଇଛନ୍ତି । ପୋଲିସ ଆହତଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରିଛି ।
ପୋଲିସ ମୁତାବକ ବିଦୁପୁର ଥାନା ଅଂଚଳର ଦେବୀ ଚୌକା ପାନାପୁର କୁଶିୟାରୀ ବାସିନ୍ଦା କ୍ରାନ୍ତି କୁମାର, ଦିନାନାଥ କୁମାର, ବବିତା ଦେବୀ, ଚୁଲବୁଳ କୁମାରୀ, ମୋନା ଦେବୀ କାରରେ ସୋମବାର ସକାଳେ ବରାଟି ଥାନା ଅଂଚଳରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ । ବିବାହରେ ଯୋଗ ଦେଇ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି ।