Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ବିହାରର ବୈଶାଳୀରେ କାରକୁ ଧକ୍କା ଦେଲା ଟ୍ରକ, 4 ମୃତ, 3 ଆହତ
FMNEWS.IN
08-04-2025
ପାଟଣା, 8 ଏପ୍ରିଲ୍L-ବିହାରର ବୈଶାଳୀ ଜିଲ୍ଲାର ଜଂଦାହା ଅନ୍ତର୍ଗତ ମହିସୌର ଥାନାର ପନସଲା ଚୌକ ନିକଟରେ ଆଜି ସକାଳେ ଏକ ଟ୍ରକ କାରକୁ ଧକ୍କା ଦେଇଛି । ଦୁର୍ଘଟଣାରେ ଗୋଟିଏ ପିଲା ସମେତ ତିନିଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ସେହିପରି ଡ୍ରାଇଭର ସମେତୟ ତିନିଜଣ ଆହତ ହୋଇଛନ୍ତି । ପୋଲିସ ଆହତଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରିଛି ।
ପୋଲିସ ମୁତାବକ ବିଦୁପୁର ଥାନା ଅଂଚଳର ଦେବୀ ଚୌକା ପାନାପୁର କୁଶିୟାରୀ ବାସିନ୍ଦା କ୍ରାନ୍ତି କୁମାର, ଦିନାନାଥ କୁମାର, ବବିତା ଦେବୀ, ଚୁଲବୁଳ କୁମାରୀ, ମୋନା ଦେବୀ କାରରେ ସୋମବାର ସକାଳେ ବରାଟି ଥାନା ଅଂଚଳରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ । ବିବାହରେ ଯୋଗ ଦେଇ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି ।