Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ସ୍କୁଲ ପିଲାମାନଙ୍କ ଅଟୋକୁ ଟ୍ରକ ଧକ୍କା ଦେଲା,ତିନିଜଣ ପିଲା ଏବଂ ଡ୍ରାଇଭରଙ୍କ ମୃତ୍ୟୁ
FMNEWS.IN
08-01-2025
ରାମଗଢ 8 ଜାନୁଆରୀ-ରାମଗଢ ଜିଲ୍ଲାର ଗୋଳା ଥାନା ଅଞ୍ଚଳ ଅନ୍ତର୍ଗତ ମଠୱାଟାଣ୍ଡ ଗ୍ରାମ ନିକଟରେ ବୁଧବାର ସକାଳେ ସ୍କୁଲ ପିଲାମାନଙ୍କ ଭର୍ତ୍ତୀ ଏକ ଅଟୋକୁ ଏଲପି ଟ୍ରକ ଧକ୍କା ଦେଇଥିଲା।ଏହି ଦୁର୍ଘଟଣାରେ ତିନିଜଣ ସ୍କୁଲ ପିଲା ଏବଂ ଜଣେ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି।ଏହି ଦୁର୍ଘଟଣାରେ ଅନ୍ୟ ସ୍କୁଲ ପିଲା ମଧ୍ୟ ଆହତ ହୋଇଥିଲେ ,ସେମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା।ଘଟଣାସ୍ଥଳରେ ପହଁଞ୍ଚି ଗୋଳାଥାନା ଦାୟିତ୍ୱରେ ଥିବା ଅଭିଷେକ କୁମାର ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।ଆହତ ପିଲାମାନଙ୍କୁ ହସ୍ପିଟାଲରେ ଭର୍ତ୍ତୀ କରାଯାଇଛି।ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଏ ସମ୍ପର୍କରେ ସୁଚନା ଦିଆଯାଇଛି।