Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ପୁନେରେ ଫୁଟପାଥରେ ଶୋଇଥିବା ୯ ଶ୍ରମିକଙ୍କ ଉପରେ ଡମ୍ଫର ମାଡିଗଲା, ୩ ମୃତ
FMNEWS.IN
23-12-2024
ମୁମ୍ବାଇ, ୨୩ ଡିସେମ୍ବର - ମହାରାଷ୍ଟ୍ରର ପୁନେ ଜିଲ୍ଲାର ବାଘୋଲି ଚୌକ ଅଂଚଳରେ ଗତ ରାତିରେ ଏକ ଡମ୍ଫର ଫୁଟପାଥରେ ଶୋଇଥିବା ୯ ଶ୍ରମିକଙ୍କ ଉପରେ ମାଡିଯିବା ଫଳରେ ବର୍ତମାନ ସୁଦ୍ଧା ତନ୍ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ରହିଛନ୍ତି । ୬ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଡ଼ମ୍ଫର ଚାଳକ ଗଜାନନ ଟୋଟେକୁ ପୋଲିସ ଗିରଫ କରିଛି । ବରିଷ୍ଠ ପୋଲିସ ଅଧିକାରୀ ହିମ୍ମତ ଜାଧବ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।