Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ପୁନେରେ ଫୁଟପାଥରେ ଶୋଇଥିବା ୯ ଶ୍ରମିକଙ୍କ ଉପରେ ଡମ୍ଫର ମାଡିଗଲା, ୩ ମୃତ
FMNEWS.IN
23-12-2024
ମୁମ୍ବାଇ, ୨୩ ଡିସେମ୍ବର - ମହାରାଷ୍ଟ୍ରର ପୁନେ ଜିଲ୍ଲାର ବାଘୋଲି ଚୌକ ଅଂଚଳରେ ଗତ ରାତିରେ ଏକ ଡମ୍ଫର ଫୁଟପାଥରେ ଶୋଇଥିବା ୯ ଶ୍ରମିକଙ୍କ ଉପରେ ମାଡିଯିବା ଫଳରେ ବର୍ତମାନ ସୁଦ୍ଧା ତନ୍ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ରହିଛନ୍ତି । ୬ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଡ଼ମ୍ଫର ଚାଳକ ଗଜାନନ ଟୋଟେକୁ ପୋଲିସ ଗିରଫ କରିଛି । ବରିଷ୍ଠ ପୋଲିସ ଅଧିକାରୀ ହିମ୍ମତ ଜାଧବ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।