Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଶ୍ରୀନଗରରେ ଘରେ ଲାଗିଥିବା ନିଆଁକୁ ଲିଭାଇବାବେଳେ ଦୁଇଜଣ ଅଗ୍ନିଶମ କର୍ମଚାରୀ ଜଳି ଗଲେ
FMNEWS.IN
05-01-2025
ଜାମ୍ମୁ 5 ଜାନୁଆରୀ-ଶ୍ରୀନଗରର ରାଜୌରୀ କଦଳ ଅଞ୍ଚଳରେ ଗୋଟିଏ ଘରେ ବିଳମ୍ବିତ ରାତିରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଥିଲା।ଅଗ୍ନିକାଣ୍ଡର ସୁଚନା ପାଇବା ପରେ ଘଟଣାସ୍ଥଳରେ ପହଁଞ୍ଚି ଅଗ୍ନିଶମ ବାହିନୀ ଟିମ ନିଆଁ ଲିଭାଇବା ପାଇଁ ବହୁ ଚେଷ୍ଟା କରିବା ପରେ ନିଆଁକୁ ଆୟତ୍ତ କରାଯାଇଥିଲା।ଯଦିଓ ଏହି ଦୁର୍ଘଟଣାରେ ଘରଟି ସମ୍ପୁର୍ଣ୍ଣ ଜଳି ଭସ୍ମ ହୋଇଯାଇଥିଲା କିନ୍ତୁ ନିଆଁ ଲିଭାଇବାକୁ ଚେଷ୍ଟା କରୁଥିବାବେଳେ ଦୁଇଜଣ ଅଗ୍ନିଶମ କର୍ମଚାରୀ ମଧ୍ୟ ଜଳି ଯାଇଥିଲେ।ଯେଉଁମାନଙ୍କୁ ଚିକିତ୍ସା ପାଇଁ ଏସଏମଏଚଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।