- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଉତ୍ତରପ୍ରଦେଶ: ବସ୍ରେ ନିଆଁ ଲାଗି ଦୁଇ ଶିଶୁ ଓ ଦୁଇ ମହିଳା ସମେତ ୫ ଜଣଙ୍କର ଜୀବନ୍ତ ଜଳି ମୃତ୍ୟୁ, ବିହାରରୁ ଦିଲ୍ଲୀ ଯାଉଥିଲା ବସ୍
(FM News):-- ବିହାରରୁ ଦିଲ୍ଲୀ ଯାଉଥିବା ଏକ ଘରୋଇ ବସ୍ରେ ଆଜି ସକାଳେ ଲଖନଊର ମୋହନଲାଲଗଞ୍ଜ ଅଞ୍ଚଳର କିଷାନ ପଥରେ ନିଆଁ ଲାଗିବା ଫଳରେ ଏହି ଦୁର୍ଘଟଣାରେ ଦୁଇ ଶିଶୁ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି।
ଅତିରିକ୍ତ ପୁଲିସ୍ ଆୟୁକ୍ତ (ମୋହନଲାଲଗଞ୍ଜ) ରଜନୀଶ ବର୍ମା କହିଛନ୍ତି ଯେ, ବିହାରର ବେଗୁସରାୟରୁ ଦିଲ୍ଲୀ ଯାଉଥିବା ଏକ ଘରୋଇ ବସ୍ରେ ସକାଳ ପାଞ୍ଚଟା ବେଳେ ଲଖନଊରେ ହଠାତ୍ ନିଆଁ ଲାଗିଯାଇଥିଲା।ନିଆଁ ଲାଗିବା ଯୋଗୁଁ ବସ୍ରେ ଥିବା ଦୁଇ ଶିଶୁ, ଦୁଇ ମହିଳା ଓ ଜଣେ ପୁରୁଷଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ କିଛି ଲୋକ ଆହତ ହୋଇଛନ୍ତି, ଯେଉଁମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଛି।
ଅତିରିକ୍ତ ପୁଲିସ୍ ଆୟୁକ୍ତ ବର୍ମା କହିଛନ୍ତି ଯେ, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ବସ୍ର ଗିଅର ବକ୍ସରେ ସର୍ଟ ସର୍କିଟ ହେବା କାରଣରୁ ନିଆଁ ଲାଗିଥିଲା।
ଖବର ଅନୁଯାୟୀ, ବସ୍ରେ ପ୍ରାୟ ୮୦ ଜଣ ଯାତ୍ରୀ ଥିଲେ। ନିଆଁ ଲାଗିବା ସମୟରେ ସମସ୍ତେ ଶୋଇଥିଲେ। ଘଟଣାସ୍ଥଳରେ ପହଞ୍ଚିଥିବା ଅଗ୍ନିଶମ କର୍ମୀମାନେ ଆଧା ଘଣ୍ଟା ମଧ୍ୟରେ ନିଆଁକୁ ନିୟନ୍ତ୍ରଣ କରିଥିଲେ। ପୁଲିସ୍ ତଦନ୍ତରୁ ଜଣାପଡ଼ିଛି ଯେ, ବସ୍ର ଜରୁରୀ ଦ୍ୱାର ଖୋଲି ନଥିଲା, ଯେଉଁଥି କାରଣରୁ ଲୋକମାନେ ବସ୍ରୁ ବାହାରି ପାରିନଥିଲେ।
ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ନିଆଁ ଏତେ ଭୟଙ୍କର ଥିଲା ଯେ ଏକ କିଲୋମିଟର ଦୂରରୁ ମଧ୍ୟ ନିଆଁର ଜ୍ୱାଳା ଦୃଶ୍ୟମାନ ହେଉଥିଲା।