Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଉତ୍ତରାଖଣ୍ଡ- ଚମୋଲିରେ ଖାଇକୁ ଖସିଲା କାର୍, 5 ମୃତ
FMNEWS.IN
19-04-2025
ଡେରାଡୁନ, 19 ଏପ୍ରିଲ୍ :- ଉତ୍ତରାଖଣ୍ଡର ଚମୋଲି ଜିଲ୍ଳାର ଗୋପେଶ୍ୱର ସ୍ଥିତ ବିରହି-ନିଜମୁଲା ମୋଟର ମାର୍ଗରେ ଗାଁ ନିକଟରେ ଗାଁ ଶୁକ୍ରବାର ସନ୍ଧ୍ୟାରେ ଏକ କାର ଗଭୀର ଖାଇକୁ ଖସିପଡିଥିଲା, ଏଥିରେ 5ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଚମୋଲି ଜିଲ୍ଲାରେ ହୋଇଥିବା ଏହି ସଡକ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହଧାମୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ମୃତକ ପରିଜନଙ୍କୁ ସହାୟତା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଦିବଂଗତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରି ଶୋକ ସନ୍ତପ୍ତ ପରିବାର ପ୍ରତି ନିଜ ଗଭୀର ସମବେଦନା ପ୍ରକଟ କରିଛନ୍ତି ।