- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ନବବର୍ଷ ଏବଂ ଶୀତକାଳୀନ ଚାରିଧାମ ଯାତ୍ରାକୁ ନେଇ ଉତରାଖଣ୍ଡ ପୋଲିସ ସତର୍କ
ଡେହରାଡୁନ, ୩୧ ଡିସେମ୍ବର- ନବବର୍ଷ- ୨୦୨୫ ଏବଂ ଶୀତକାଳୀନ ଚାରିଧାମ ଯାତ୍ରାକୁ ଦୃଷ୍ଟିରେ ରଖି ଉତରାଖଣ୍ଡ ପୋଲିସ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ଏବଂ ଯାତାୟାତ ପରିଚାଳନା ନିମନ୍ତେ ବ୍ୟାପକ ପ୍ରସ୍ତୁତି କରିଛି । ପୋଲିସ ଅତିରିକ୍ତ ମହାନିର୍ଦ୍ଦେଶକ (ଅପରାଧ ଓ ଆଇନ ବ୍ୟବସ୍ଥା) ବି. ମୁରୁଗେଶନ ଗଢ଼ବାଲ ଏବଂ କୁମାଉଂ ରେଞ୍ଜ୍ ର ଅଧିକାରୀ ମାନଙ୍କ ସହିତ ସମସ୍ତ ଜିଲ୍ଲା ଅଧିକାରୀ ମାନଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି ।
ରାଜ୍ୟର ହରିଦ୍ୱାର, ରିଷିକେଶ, ମସୁରୀ ଏବଂ ନୈନିତାଲରେ ଯାତାୟାତକୁ ସୁଗମ କରିବା ପାଇଁ ନୋଡ଼ାଲ ଅଧିକାରୀମାନଙ୍କୁ ମୁତୟନ କରାଯାଇଛି । ସମସ୍ତ ହୋଟେଲ ଏବଂ ରିସର୍ଟ ମାଲିକ ମାନଙ୍କୁ ସମ୍ଭାବ୍ୟ ଭିଡ଼ ନିମନ୍ତେ ସତର୍କ ରହିବା ଏବଂ ଗାଇଡ୍ ଲାଇନ୍ କୁ କଡ଼ାକଡ଼ି ଭାବେ ପାଳନ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ପିଏସପି ର ୨୫ କମ୍ପାନୀ, ଏସଡିଆରଏଫ ର ୩୨ ଟିମ୍ ଏବଂ ଅଗ୍ନିଶମ ଦଳ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି ।
ଅନ୍ୟପକ୍ଷରେ ଯାତାୟାତ ପରିଚାଳନା ନିମନ୍ତେ ରାସ୍ତାର ଚିହ୍ନଟକରଣ ଏବଂ ପାର୍କିଂ ସ୍ଥଳର ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି । ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ହେଲ୍ପଲାଇନ୍ ନମ୍ବର, ଯାତାୟାତ ଡାଇଭର୍ସନ ପ୍ଲାନ ଏବଂ ପାଣିପାଗ ସମ୍ବନ୍ଧିତ ସୂଚନା ସୋସିଆଲ ମିଡ଼ିଆ ମାଧ୍ୟମରେ ଜାରି କରାଯାଉଛି ।