- ଆଜିଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା : ଶ୍ରୀମନ୍ଦିର ଓ ମଠ ମନ୍ଦିରରେ ଝୁଲଣ କୁଞ୍ଜରେ ଝୁଲିବେ ମହାପ୍ରଭୁଙ୍କ ଚଳନ୍ତି ପ୍...
- ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ବିୟୋଗ, ଗଙ୍ଗା ରାମ ହସ୍ପିଟାଲରେ ଶେଷନିଶ୍ୱାସ ତ୍ୟାଗ
- ତଦନ୍ତ ବାଟବଣା ନ ହେବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ
- ଆଜି ଶ୍ରାବଣ ଶେଷ ସୋମବାର, ଚାରିଆଡ ଶିବମୟ
- ବଳଙ୍ଗା ପୋଡ଼ି ଘଟଣାକ୍ରମ: ଦାୟୀ କିଏ?
ଦେଶ ବିରୋଧୀ ଶକ୍ତିଠାରୁ ସତର୍କ ରହିବାକୁ ଏନସିସି କ୍ୟାଡେଟଙ୍କୁ ଅନୁରୋଧ କଲେ ଉପରାଷ୍ଟ୍ରପତି
ନୂଆଦିଲ୍ଲୀ, 5 ଜାନୁଆରି:- ଉପରାଷ୍ଟ୍ରପତି ଜଗଦୀପ ଧନଖଡ ରବିବାର ରାଷ୍ଟ୍ରୀୟ କ୍ୟାଡେଟ କୋରର ଯବାନଙ୍କୁ ଭାରତର ଗଣତାନ୍ତ୍ରିକ ମୂଲ୍ୟର ରକ୍ଷା କରିବା ପାଇଁ ଦେଶ ବିରୋଧୀ ଶକ୍ତି ଠାରୁ ସତର୍କ ରହିବାକୁ ଆହ୍ୱାନ ଦେଇଛନ୍ତି । ଉପରାଷ୍ଟ୍ରପତି କ୍ୟାଡେଟଙ୍କୁ 2047 ସୁଦ୍ଧା ଭାରତର ଗୌରବର ନିର୍ମାତା ବୋଲି କହିଛନ୍ତି ।
ଉପରାଷ୍ଟ୍ରପତି ଆଜି ଦିଲ୍ଲୀ କ୍ୟାଂଟର କରିଅପ୍ପା ପରେଡ ଗ୍ରାଉଣ୍ଡ ସ୍ଥିତ ମୁଖ୍ୟାଳୟ ଡିଜି ଏନସିସି କ୍ୟାମ୍ପରେ ଏନସିସି ଗଣତନ୍ତ୍ର ଦିବସ ଶିବିର-2025ର ଉଦଘାଟନ ଅବସରରେ ଏନସିସି କ୍ୟାଡେଟଙ୍କୁ ସଂବୋଧନ କରିଛନ୍ତି । ସେ ଏନସିସିର ପ୍ରଶଂସା କରି କହିଛନ୍ତି ଯେ, ଏହା ଏକ ଅନୁଶାସିତ ବଳ ଅଟେ ଯାହା ମାନବ ବିକାଶ ପାଇଁ ଆବଶ୍ୟକ ଗୁଣର ସଂଚାର କରିଥାଏ ।
ଉପରାଷ୍ଟ୍ରପତି କ୍ୟାଡେଟମାନଙ୍କୁ 2047 ସୁଦ୍ଧା ଭାରତର ଗୌରବ ନିର୍ମାତା ବୋଲି କହିଛନ୍ତି । ସଙ୍ଗଠନ ରାଷ୍ଟ୍ରବାଦ ଓ ରାଷ୍ଟ୍ର ପ୍ରଥମ ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିଥାଏ । ବିଶ୍ୱର କୌଣସି ବି ଦେଶ ବିକଶିତ ହୋଇପାରିବ ନାହିଁ, ଯେତେ ଦିନ ଯାଏ ତାର ନାଗରିକ ଦେଶବାଦ ପ୍ରତି ଗଭୀର ଭାବେ ପ୍ରତିବଦ୍ଧ ନହେବେ ।