Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଫେବୃୟାରୀ 5ରେ ଦିଲ୍ଲୀରେ ଭୋଟିଂ, 8ରେ ଭୋଟ ଗଣତି
FMNEWS.IN
07-01-2025
(FMNews):--ନିର୍ବାଚନ ଆୟୋଗ ମଙ୍ଗଳବାର ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଦିଲ୍ଲୀ ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ହିଁ ହେବ ।ଫେବୃୟାରୀ 5ରେ ହିଁ ସମସ୍ତ 70ଟି ଆସନ ପାଇଁ ଭୋଟ ପଡିବ । ଫେବୃୟାରୀ 8ରେ ଫଳାଫଳ ଆସିବ ।
ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ନିଜ ସହଯୋଗୀ କମିଶନରଙ୍କ ସହ ମଙ୍ଗଳବାର ଏଠାରେ ବିଜ୍ଞାନ ଭବନରେ ଆୟୋଜିତ ପ୍ରେସମିଟରେ ଦିଲ୍ଲୀ ବିଧାନସଭା ନିର୍ବାଚନ ନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ନିର୍ବାଚନ ରାଜପତ୍ର ଅଧିସୂଚନା 2025 ଜାନୁୟାରୀ 10ରେ ଜାରି କରାଯିବ । ନାମାଙ୍କନ ଭରିବାର ଅନ୍ତିମ ତାରିଖ ଜାନୁୟାରୀ 17, ନାମାଙ୍କନ ଯାଂଚ ତାରିଖ 18 ରହିଛି । 20 ଜାନୁୟାରୀ ସୁଦ୍ଧା ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ ।