Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଫେବୃୟାରୀ 5ରେ ଦିଲ୍ଲୀରେ ଭୋଟିଂ, 8ରେ ଭୋଟ ଗଣତି
FMNEWS.IN
07-01-2025
(FMNews):--ନିର୍ବାଚନ ଆୟୋଗ ମଙ୍ଗଳବାର ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଦିଲ୍ଲୀ ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ହିଁ ହେବ ।ଫେବୃୟାରୀ 5ରେ ହିଁ ସମସ୍ତ 70ଟି ଆସନ ପାଇଁ ଭୋଟ ପଡିବ । ଫେବୃୟାରୀ 8ରେ ଫଳାଫଳ ଆସିବ ।
ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ନିଜ ସହଯୋଗୀ କମିଶନରଙ୍କ ସହ ମଙ୍ଗଳବାର ଏଠାରେ ବିଜ୍ଞାନ ଭବନରେ ଆୟୋଜିତ ପ୍ରେସମିଟରେ ଦିଲ୍ଲୀ ବିଧାନସଭା ନିର୍ବାଚନ ନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ନିର୍ବାଚନ ରାଜପତ୍ର ଅଧିସୂଚନା 2025 ଜାନୁୟାରୀ 10ରେ ଜାରି କରାଯିବ । ନାମାଙ୍କନ ଭରିବାର ଅନ୍ତିମ ତାରିଖ ଜାନୁୟାରୀ 17, ନାମାଙ୍କନ ଯାଂଚ ତାରିଖ 18 ରହିଛି । 20 ଜାନୁୟାରୀ ସୁଦ୍ଧା ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ ।