Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ପଶ୍ଚିମବଙ୍ଗ- ମୁର୍ସିଦାବାଦରୁ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ
FMNEWS.IN
31-12-2024
କୋଲକାତା, 31 ଡିସେମ୍ବର - ପଶ୍ଚିମବଙ୍ଗର ସ୍ପେଶାଲ ଟାସ୍କ ଫୋର୍ସ ମୁର୍ସିଦାବାଦ ଜିଲ୍ଲାର ନବଦା ଥାନା ଅଂଚଳରୁ ଦୁଇ ଯୁବକଙ୍କୁ ଆତଙ୍କବାଦୀ ଗତିବିଧିରେ ସାମିଲ ଥିବା ଅଭିଯୋଗରେ ଗିରଫ କରିଛି । ଗିରଫ ଅଭିଯୁକ୍ତମାନଙ୍କ ପରିଚୟ ସଜିବୁଲ ଇସଲାମ ଓ ମୁସ୍ତାକିମ ମଣ୍ଡଳ । ଦୁଇ ଅଭିଯୁକ୍ତ ନବଦା ଥାନା ଅଂଚଳର ବାସିନ୍ଦା ।
ଏସଟିଏଫର ଏସପି ଆଇପିଏସ ଇନ୍ଦ୍ରଜିତ ବସୁ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏହି ଦୁଇ ଅଭିଯୁକ୍ତଙ୍କ ଗତିବିଧି ଉପରେ ଦୀର୍ଘ ସମୟରୁ ନଜର ରଖାଯାଇଥିଲା । ବିସ୍ତୃତ ଯାଂଚ ପରେ ସେମାନଙ୍କୁ ସ୍ୱତନ୍ତ୍ର ଅଭିଯାନରେ ଗିରଫ କରାଯାଇଛି । ଉଭୟଙ୍କ ନାମରେ ନବଦା ଥାନାରେ ମାମଲ ରୁଜୁ କରାଯାଇଛି । ଉଭୟଙ୍କୁ ପଚରାଉଚରା ଜାରି ରହିଛି ।