Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ପଶ୍ଚିମବଙ୍ଗ- ମୁର୍ସିଦାବାଦରୁ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ
FMNEWS.IN
31-12-2024
କୋଲକାତା, 31 ଡିସେମ୍ବର - ପଶ୍ଚିମବଙ୍ଗର ସ୍ପେଶାଲ ଟାସ୍କ ଫୋର୍ସ ମୁର୍ସିଦାବାଦ ଜିଲ୍ଲାର ନବଦା ଥାନା ଅଂଚଳରୁ ଦୁଇ ଯୁବକଙ୍କୁ ଆତଙ୍କବାଦୀ ଗତିବିଧିରେ ସାମିଲ ଥିବା ଅଭିଯୋଗରେ ଗିରଫ କରିଛି । ଗିରଫ ଅଭିଯୁକ୍ତମାନଙ୍କ ପରିଚୟ ସଜିବୁଲ ଇସଲାମ ଓ ମୁସ୍ତାକିମ ମଣ୍ଡଳ । ଦୁଇ ଅଭିଯୁକ୍ତ ନବଦା ଥାନା ଅଂଚଳର ବାସିନ୍ଦା ।
ଏସଟିଏଫର ଏସପି ଆଇପିଏସ ଇନ୍ଦ୍ରଜିତ ବସୁ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏହି ଦୁଇ ଅଭିଯୁକ୍ତଙ୍କ ଗତିବିଧି ଉପରେ ଦୀର୍ଘ ସମୟରୁ ନଜର ରଖାଯାଇଥିଲା । ବିସ୍ତୃତ ଯାଂଚ ପରେ ସେମାନଙ୍କୁ ସ୍ୱତନ୍ତ୍ର ଅଭିଯାନରେ ଗିରଫ କରାଯାଇଛି । ଉଭୟଙ୍କ ନାମରେ ନବଦା ଥାନାରେ ମାମଲ ରୁଜୁ କରାଯାଇଛି । ଉଭୟଙ୍କୁ ପଚରାଉଚରା ଜାରି ରହିଛି ।