Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
କେବେ ହେବ ଜାତିଭିତ୍ତିକ ଜନଗଣନା , ଆଭିମୁଖ୍ୟ ବଦଳାଇଦେଲେ କି ସରକାର- କଂଗ୍ରେସ
FMNEWS.IN
04-05-2025
ନୂଆଦିଲ୍ଲୀ, 4 ମେ : - ଜାତିଭିତ୍ତିକ ଜନଗଣନାକୁ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତିନୋଟି ପ୍ରଶ୍ନ ପଚାରି କହିଛି ଯେ, ସରକାର ସ୍ପଷ୍ଟ ଭାବେ କହିବା ଉଚିତ ଯେ, ଜାତିଗତ ଜନଗଣନା କେବେ ଓ କିଭଳି କରାଯିବ । କଂଗ୍ରେସ ମହାସଚିବ ଜୟରାମ ରମେଶ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ, ଯଦି ମୋଦି ସରକାର ଜାତିଗତ ଜନଗଣନା ଉପରେ ତାଙ୍କର ପୁରୁଣା ଆଭିମୁଖ୍ୟ ହଟାଇ ଏବେ ନୂଆ ନୀତି ଆପଣାଇଛନ୍ତି, ତେବେ ତାଙ୍କୁ ଏହା ସଚ୍ଚୋଟତାର ସହ ସ୍ୱୀକାର କରିବା ଉଚିତ । ସେ କହିଛନ୍ତି ଯେ, ଏବେ ସରକାର ସ୍ପଷ୍ଟ ଭାବେ ଏହା କହିବା ଉଚିତ ଯେ, ଜାତିଗତ ଜନଗଣନା କେବେ ଓ କିଭଳି କରାଯିବ ।
ଜୟରାମ ରମେଶ କହିଛନ୍ତି ଯେ, ଜାତିଗତ ଜନଗଣନା ପରି ଗୁରୁତ୍ୱପୂର୍ଣ୍ଣ ସାମାଜିକ ପ୍ରସଙ୍ଗ ଉପରେ ଏବେ ନିରବତା ଆଉ ଚାଲିବ ନାହିଁ । ପ୍ରଧାନମନ୍ତ୍ରୀ ଲୋକଙ୍କୁ ସ୍ପଷ୍ଟ ଭାବେ ଜବାବ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।