Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
କେବେ ହେବ ଜାତିଭିତ୍ତିକ ଜନଗଣନା , ଆଭିମୁଖ୍ୟ ବଦଳାଇଦେଲେ କି ସରକାର- କଂଗ୍ରେସ
FMNEWS.IN
04-05-2025
ନୂଆଦିଲ୍ଲୀ, 4 ମେ : - ଜାତିଭିତ୍ତିକ ଜନଗଣନାକୁ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତିନୋଟି ପ୍ରଶ୍ନ ପଚାରି କହିଛି ଯେ, ସରକାର ସ୍ପଷ୍ଟ ଭାବେ କହିବା ଉଚିତ ଯେ, ଜାତିଗତ ଜନଗଣନା କେବେ ଓ କିଭଳି କରାଯିବ । କଂଗ୍ରେସ ମହାସଚିବ ଜୟରାମ ରମେଶ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ, ଯଦି ମୋଦି ସରକାର ଜାତିଗତ ଜନଗଣନା ଉପରେ ତାଙ୍କର ପୁରୁଣା ଆଭିମୁଖ୍ୟ ହଟାଇ ଏବେ ନୂଆ ନୀତି ଆପଣାଇଛନ୍ତି, ତେବେ ତାଙ୍କୁ ଏହା ସଚ୍ଚୋଟତାର ସହ ସ୍ୱୀକାର କରିବା ଉଚିତ । ସେ କହିଛନ୍ତି ଯେ, ଏବେ ସରକାର ସ୍ପଷ୍ଟ ଭାବେ ଏହା କହିବା ଉଚିତ ଯେ, ଜାତିଗତ ଜନଗଣନା କେବେ ଓ କିଭଳି କରାଯିବ ।
ଜୟରାମ ରମେଶ କହିଛନ୍ତି ଯେ, ଜାତିଗତ ଜନଗଣନା ପରି ଗୁରୁତ୍ୱପୂର୍ଣ୍ଣ ସାମାଜିକ ପ୍ରସଙ୍ଗ ଉପରେ ଏବେ ନିରବତା ଆଉ ଚାଲିବ ନାହିଁ । ପ୍ରଧାନମନ୍ତ୍ରୀ ଲୋକଙ୍କୁ ସ୍ପଷ୍ଟ ଭାବେ ଜବାବ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।