BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ସ୍ୱାମୀର ମୃତ ଖବର ଶୁଣି ଧର୍ମପତ୍ନୀଙ୍କ ହୃଦଘାତରେ ପରଲୋକ

FMNEWS.IN 24-12-2024
wife died hearing husband's death news

ଧର୍ମଶାଳା,୨୪ଡିସେମ୍ବର ମୃତ୍ୟୁ ଏମିତି ବି ଆସେ । ସ୍ୱାମୀର ମୃତ ଖବର ଶୁଣି ଧର୍ମପତ୍ନୀଙ୍କ ହୃଦଘାତରେ ପରଲୋକ । ଏଭଳି ଘଟଣାକୁ ନେଇ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଯାହାକୁ ନେଇ ଅଂଚଳରେ ଶୋକରଛାୟା ଖେଳି ଯାଇଛି । ଯାଜପୁର ଜିଲା ଧର୍ମଶାଳା ମହାବିଦ୍ୟାଳୟର ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ବିଶ୍ୱାଳ ଓ ତାଙ୍କ ଧର୍ମପତ୍ନୀ ଝରଣା ଆଗପଛ ହୋଇ ଆର ପାରିକୁ ଚାଲି ଯାଇଛନ୍ତି । କଟକ ଜିଲା ମହାଙ୍ଗା ମହେଶପୁର ଗ୍ରାମର,ସେମାନେ ଦୀର୍ଘ ଦିନ ଧରି ଧର୍ମଶାଳା ବ୍ଲକ ଜାରକା ଅଂଚଳରେ ରହୁଥିଲେ ।

ସୂଚନା ମୁତାବକ, ଧର୍ମଶାଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟାପକ ଦୀର୍ଘ ଦିନ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସାଧୀନ ଥିଲେ । ତେବେ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଥିଲା । ତାଙ୍କ ପରଲୋକ ଖବର ପାଇ ତାଙ୍କ ଧର୍ମପତ୍ନୀ ଝରଣା ହୃଦଘାତ ଶିକାର ହୋଇ ଆଗ ପଛ ହୋଇ ଆର ପାରିକୁ ଚାଲି ଯାଇଥିଲେ । ତାହାକୁ ନେଇ ଧର୍ମଶାଳା ଅଂଚଳରେ ଶୋକରଛାୟା ଖେଳିଯାଇଛି । ତାଙ୍କ ମୃତ ଖବର ପ୍ରଚାରିତ ହେବା ପରେ ଧର୍ମଶାଳା ମହାବିଦ୍ୟାଳୟ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।