- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ସ୍ୱାମୀର ମୃତ ଖବର ଶୁଣି ଧର୍ମପତ୍ନୀଙ୍କ ହୃଦଘାତରେ ପରଲୋକ
ଧର୍ମଶାଳା,୨୪ଡିସେମ୍ବର ମୃତ୍ୟୁ ଏମିତି ବି ଆସେ । ସ୍ୱାମୀର ମୃତ ଖବର ଶୁଣି ଧର୍ମପତ୍ନୀଙ୍କ ହୃଦଘାତରେ ପରଲୋକ । ଏଭଳି ଘଟଣାକୁ ନେଇ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଯାହାକୁ ନେଇ ଅଂଚଳରେ ଶୋକରଛାୟା ଖେଳି ଯାଇଛି । ଯାଜପୁର ଜିଲା ଧର୍ମଶାଳା ମହାବିଦ୍ୟାଳୟର ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ବିଶ୍ୱାଳ ଓ ତାଙ୍କ ଧର୍ମପତ୍ନୀ ଝରଣା ଆଗପଛ ହୋଇ ଆର ପାରିକୁ ଚାଲି ଯାଇଛନ୍ତି । କଟକ ଜିଲା ମହାଙ୍ଗା ମହେଶପୁର ଗ୍ରାମର,ସେମାନେ ଦୀର୍ଘ ଦିନ ଧରି ଧର୍ମଶାଳା ବ୍ଲକ ଜାରକା ଅଂଚଳରେ ରହୁଥିଲେ ।
ସୂଚନା ମୁତାବକ, ଧର୍ମଶାଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟାପକ ଦୀର୍ଘ ଦିନ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସାଧୀନ ଥିଲେ । ତେବେ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଥିଲା । ତାଙ୍କ ପରଲୋକ ଖବର ପାଇ ତାଙ୍କ ଧର୍ମପତ୍ନୀ ଝରଣା ହୃଦଘାତ ଶିକାର ହୋଇ ଆଗ ପଛ ହୋଇ ଆର ପାରିକୁ ଚାଲି ଯାଇଥିଲେ । ତାହାକୁ ନେଇ ଧର୍ମଶାଳା ଅଂଚଳରେ ଶୋକରଛାୟା ଖେଳିଯାଇଛି । ତାଙ୍କ ମୃତ ଖବର ପ୍ରଚାରିତ ହେବା ପରେ ଧର୍ମଶାଳା ମହାବିଦ୍ୟାଳୟ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।