Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ସଂପର୍କୀୟ ଭାଇର ପ୍ରେମରେ ପଡ଼ି ସ୍ବାମୀକୁ ହତ୍ୟା କଲେ ମହିଳା !
FMNEWS.IN
16-12-2024
ଗାନ୍ଧୀନଗର: ଗୁଜରାଟରୁ ଆସିଛି ଆଶ୍ଚର୍ଯ୍ୟଜନକ ଘଟଣା। ପରକୀୟା ପ୍ରୀତିର ଏକ କରୁଣ ପରିସ୍ଥିତି ଦେଖିବାକୁ ମିଳିଛି। ସର୍ମ୍ପକୀୟ ଭାଇକୁ ପ୍ରେମ କରି ଜଣେ ମହିଳା ନିଜ ନବ ବିବାହିତ ସ୍ବାମୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଘଟଣାଟି ହେଉଛି ଗୁଜୁରାଟୀ ଗାନ୍ଧୀନଗରର। ବାହାଘରର ମାତ୍ର ୪ ଦିନ ପରେ ଏପରି ଅଭାବନୀୟ ଘଟଣା ଘଟିଛି। ସଂପର୍କୀୟ ଭାଇର ପ୍ରେମରେ ଉବୁଡୁବୁ ମହିଳା ସ୍ବାମୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ସୂଚନାନୁସାରେ ଅହମ୍ମଦାବାଦର ବୈଭିକ ପାୟଲକୁ ବିବାହ କରିଥିଲେ। ପାୟଲ ନିଜ ସମ୍ପୀକୀୟ ଭାଇର ପ୍ରେମରେ ପଡିବା ସହ ତା ସହ ମିଶି ହତ୍ୟା ଷଡ଼ଯନ୍ତ୍ର କରିଥିଲା ।
ତେବେ ଦୀର୍ଘ ଘଂଣ୍ଟା ଧରି ବୈଭିକଙ୍କ କୌଣସି ସୂଚନା ନ ମିଳିବା ପରେ ପୁଲିସକୁ ଖବର ଦେଇଥିଲେ ପରିବାର। ପରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଛାନଭିନରେ ସତ୍ୟ ସାମ୍ନାକୁ ଆସିଛି । ଅପହରଣ ପରେ କାର ଭିତରେ ହତ୍ୟା କରି କେନାଲରେ ଫିଙ୍ଗିଥିଲେ ଅଭିଯୁକ୍ତ।