Breaking News
- ଗଡସେଙ୍କ ଅନୁଗାମୀ, ମହାତ୍ମାଗାନ୍ଧୀଙ୍କ ଦର୍ଶନକୁ ଧ୍ୱଂସ କରିବାକୁ ଚାହୁଁଛି: ସୂର୍ଯେୱାଲା
- ଓଡ଼ିଶାକୁ ଏକ ନମ୍ୱର ରାଜ୍ୟ କରିବାର ସ୍ବପ୍ନ ଦେଖିଥିଲେ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ :- ମୁଖ୍ୟମନ୍ତ୍ରୀ
- ଅନୁଗୁଳ ଜିଲ୍ଲା କଂଗ୍ରେସର ଟାଟା ପାୱାର ଅଫିସ ଘେରାଊ
- ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ପକ୍ଷରୁ ଟାଟା ପାୱାର ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ
- ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା
ସଂପର୍କୀୟ ଭାଇର ପ୍ରେମରେ ପଡ଼ି ସ୍ବାମୀକୁ ହତ୍ୟା କଲେ ମହିଳା !
FMNEWS.IN
16-12-2024
ଗାନ୍ଧୀନଗର: ଗୁଜରାଟରୁ ଆସିଛି ଆଶ୍ଚର୍ଯ୍ୟଜନକ ଘଟଣା। ପରକୀୟା ପ୍ରୀତିର ଏକ କରୁଣ ପରିସ୍ଥିତି ଦେଖିବାକୁ ମିଳିଛି। ସର୍ମ୍ପକୀୟ ଭାଇକୁ ପ୍ରେମ କରି ଜଣେ ମହିଳା ନିଜ ନବ ବିବାହିତ ସ୍ବାମୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଘଟଣାଟି ହେଉଛି ଗୁଜୁରାଟୀ ଗାନ୍ଧୀନଗରର। ବାହାଘରର ମାତ୍ର ୪ ଦିନ ପରେ ଏପରି ଅଭାବନୀୟ ଘଟଣା ଘଟିଛି। ସଂପର୍କୀୟ ଭାଇର ପ୍ରେମରେ ଉବୁଡୁବୁ ମହିଳା ସ୍ବାମୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ସୂଚନାନୁସାରେ ଅହମ୍ମଦାବାଦର ବୈଭିକ ପାୟଲକୁ ବିବାହ କରିଥିଲେ। ପାୟଲ ନିଜ ସମ୍ପୀକୀୟ ଭାଇର ପ୍ରେମରେ ପଡିବା ସହ ତା ସହ ମିଶି ହତ୍ୟା ଷଡ଼ଯନ୍ତ୍ର କରିଥିଲା ।
ତେବେ ଦୀର୍ଘ ଘଂଣ୍ଟା ଧରି ବୈଭିକଙ୍କ କୌଣସି ସୂଚନା ନ ମିଳିବା ପରେ ପୁଲିସକୁ ଖବର ଦେଇଥିଲେ ପରିବାର। ପରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଛାନଭିନରେ ସତ୍ୟ ସାମ୍ନାକୁ ଆସିଛି । ଅପହରଣ ପରେ କାର ଭିତରେ ହତ୍ୟା କରି କେନାଲରେ ଫିଙ୍ଗିଥିଲେ ଅଭିଯୁକ୍ତ।