- ଉପରାଷ୍ଟ୍ରପତି ନିର୍ବାଚନ: ଏନଡିଏର ସଂଖ୍ୟା, ଅସନ୍ତୋଷ ଓ ବିବେକର ପରୀକ୍ଷା
- ସରକାର ଆଉ କେତେଦିନ ନେତୃତ୍ବର ଭ୍ରୂଣହତ୍ୟା କରୁଥିବେ: ଭକ୍ତ
- ଉପରାଷ୍ଟ୍ରପତି ନିର୍ବାଚନ: ରାଜ୍ୟବାସୀଙ୍କୁ ବିଜେଡି ଲଜ୍ଜିତ କରିଛି, ବହୁମୂଲ୍ୟ ଦେବାକୁ ପଡ଼ିବ : ଭକ୍ତ
- କଂଗ୍ରେସ ସଂଗଠନ ସୃଜନ ଅଭିଯାନ : ତୃତୀୟ ଦିନରେ ଓଡିଶା ପହଁଞ୍ଚିଲେ ୭ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ
- 2025 ମସିହା ଶେଷକୁ ଜନଗଣନା ଆରମ୍ଭ ହେବ- ରାଜସ୍ୱ ମନ୍ତ୍ରୀ
ସାମାଜିକ ନ୍ୟାୟ ଡ୍ରାଫ୍ଟିଂ କମିଟି ଓ ଚାର୍ଜସିଟ ଡ୍ରାଫ୍ଟିଂ କମିଟି ଗଠନ କଲା କଂଗ୍ରେସ

ଭୁବନେଶ୍ବର :ଓଡ଼ିଶା ପ୍ରଦେଶ କଂଗ୍ରେସ ରାଜନୈତିକ ବ୍ୟାପାର କମିଟିର ଏକ ବୈଠକ ଓଡ଼ିଶା ପ୍ରଭାରୀ ଶ୍ରୀ ଅଜୟ କୁମାର ଲଲ୍ଲୁଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସାମାଜିକ ନ୍ୟାୟ ସଂପର୍କରେ ବିଷଦ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ କଂଗ୍ରେସର ଆଭିମୁଖ୍ୟ ସଂପର୍କରେ ଏକ ଚିଠା ପ୍ରସ୍ତୁତ ପାଇଁ ଏକ ରାଜ୍ୟସ୍ତରୀୟ ସାମାଜିକ ନ୍ୟାୟ ଡ୍ରାପ୍ଟିଂ କମିଟି ଗଠନ ପାଇଁ ସର୍ବସମ୍ମତିକ୍ରମେ ନିଷ୍ପରି ଗ୍ରହଣ କରାଯାଇ କମିଟି ଗଠନ ନିମନ୍ତେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା।
ସେହିପରି ରାଜ୍ୟ ବିଜେପି ସରକାର କ୍ଷମତାକୁ ଆସିବା ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବାରେ ଅବହେଳା ସଂପର୍କରେ ବିଷଦ ଆଲୋଚନା କରାଯାଇ ଏକ ଚାର୍ଜସିଟି ଡ୍ରାଫ୍ଟିଂ କମିଟି ଗଠନ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇ କମିଟି ଗଠନ ନିମନ୍ତେ ପିସିସି ସଭାପତି ଶ୍ରୀ ଦାସଙ୍କ ଉପରେ ଦାୟିତ୍ବ ନ୍ୟସ୍ତ କରାଯାଇଥିଲା ।
ସାମାଜିକ ନ୍ୟାୟ ଡ୍ରାଫ୍ଟିଂ କମିଟିରେ ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଅଧ୍ଯକ୍ଷ ରହିଥିବା ବେଳେ ଶ୍ରୀ ପ୍ରସାଦ ହରିଚନ୍ଦନ ଆବାହକ ଭାବରେ ରହିଛନ୍ତି ଏବଂ ସଦସ୍ୟ ଭାବରେ ସର୍ବଶ୍ରୀ ଶ୍ରୀକାନ୍ତ ଜେନା, ଜୟଦେବ ଜେନା, ନଗେନ୍ଦ୍ର ପ୍ରଧାନ, ଶରତ ରାଉତ, ଅମରନାଥ ପ୍ରଧାନ, ମହମ୍ମଦ ମୋକିମ, ସିଏସ ରାଜନ ଏକ୍କା, ବନ୍ଦିତା ପରିଡ଼ା ଏବଂ ସିପ୍ରା ମଲ୍ଲିକ ସଦସ୍ୟ ଭାବରେ ରହିଛନ୍ତି ।
ସେହିପରି ଚାର୍ଜସିଟି ଡ୍ରାଫ୍ଟିଂ କମିଟିରେ ଶ୍ରୀ ପ୍ରସାଦ ହରିଚନ୍ଦନ ଅଧ୍ୟକ୍ଷ ରହିଥିବା ବେଳେ ସଦସ୍ୟ ଭାବରେ ସର୍ବଶ୍ରୀ ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ମହମ୍ମଦ ମୋକିମ, ବିଶ୍ୱରଞ୍ଜନ ମହାନ୍ତି, ସସ୍ମିତା ବେହେରା, ଉଦିତ ପ୍ରଧାନ, ରଜନୀ ମହାନ୍ତି ଏବଂ ଜୟଶ୍ରୀ ପାତ୍ର ପ୍ରମୁଖ ସଦସ୍ୟ ଭାବରେ ରହିଛନ୍ତି ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସୂତ୍ରରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।