Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ରାଜ୍ୟରେ 100 ରୁ 120 ମାଓବାଦୀ ସକ୍ରିୟ
FMNEWS.IN
24-03-2025
ଭୁବନେଶ୍ୱର, 24 ମାର୍ଚ୍ଚ - ସରକାର ଦେଲେ ମାଓବାଦୀଙ୍କ ତଥ୍ୟ ଓ ମାଓବାଦୀ ପ୍ରବଣ ଜିଲ୍ଲାର ବିବରଣୀ । ରାଜ୍ୟରେ 100 ରୁ 120 ମାଓବାଦୀ ସକ୍ରିୟ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ରାଜ୍ୟରେ 2018-19 ବର୍ଷରେ 15 ଟି ଜିଲ୍ଲା ମାଓ ପ୍ରଭାବିତ ଜିଲ୍ଲା ଥିବା ବେଳେ ବର୍ତ୍ତମାନ ସୁଦ୍ଧା 10 ଟି ମାଓବାଦୀ ପ୍ରଭାବିତ ଜିଲ୍ଲା ଅଛି । କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ରାୟଗଡା, ବରଗଡ଼, କୋରାପୁଟ ଓ ବୌଦ୍ଧ ମାଓ ପ୍ରଭାବିତ ଜିଲ୍ଲା ଥିବା ବିଧାନସଭାରେ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି ।