Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ରାଜ୍ୟରେ 100 ରୁ 120 ମାଓବାଦୀ ସକ୍ରିୟ
FMNEWS.IN
24-03-2025
ଭୁବନେଶ୍ୱର, 24 ମାର୍ଚ୍ଚ - ସରକାର ଦେଲେ ମାଓବାଦୀଙ୍କ ତଥ୍ୟ ଓ ମାଓବାଦୀ ପ୍ରବଣ ଜିଲ୍ଲାର ବିବରଣୀ । ରାଜ୍ୟରେ 100 ରୁ 120 ମାଓବାଦୀ ସକ୍ରିୟ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ରାଜ୍ୟରେ 2018-19 ବର୍ଷରେ 15 ଟି ଜିଲ୍ଲା ମାଓ ପ୍ରଭାବିତ ଜିଲ୍ଲା ଥିବା ବେଳେ ବର୍ତ୍ତମାନ ସୁଦ୍ଧା 10 ଟି ମାଓବାଦୀ ପ୍ରଭାବିତ ଜିଲ୍ଲା ଅଛି । କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ରାୟଗଡା, ବରଗଡ଼, କୋରାପୁଟ ଓ ବୌଦ୍ଧ ମାଓ ପ୍ରଭାବିତ ଜିଲ୍ଲା ଥିବା ବିଧାନସଭାରେ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି ।