Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ଚାକିରି ହରାଇଛନ୍ତି 159ଜଣ
FMNEWS.IN
24-03-2025
ଭୁବନେଶ୍ୱର, 24 ମାର୍ଚ୍ଚ - ୫ ବର୍ଷରେ ଦୁର୍ନୀତି ଓ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚାକିରି ହରାଇଛନ୍ତି ୧୫୯ ଜଣ ସରକାରୀ ଅଧିକାରୀ । ୧୨୦ ଜଣ ସରକାରୀ ଅଫିସର ଓ କର୍ମଚାରୀ ମାନଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛି । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୩୯ ଜଣଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର । ଜବତ ହୋଇଛି ୫୯ କୋଟି ୪୭ ଲକ୍ଷ ୮୪ ହଜାର ୯୮୧ ଟଙ୍କା ।
ଆଉ ଏକ ଲିଖିତ ପ୍ରଶ୍ନରେ ସରକାରଙ୍କ ପକ୍ଷରୁ କୁହାଯାଇଛି ୨୦୧୪ ରୁ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ଭିଜିଲାନ୍ସରେ ୩୬୨୩ ଦୁର୍ନୀତି ନିବାରଣ ମାମଲା ପଞ୍ଜିକରଣ ହୋଇଛି । ସେଥିମଧ୍ୟରୁ ୨୫୫୩ ମାମଲା ଫଇସଲା ହୋଇଛି । ୯୩୯ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୧୦୫୩ ଟି ମାମଲାରେ ଅଭିଯୁକ୍ତ ଦୋଷ ମୁକ୍ତ ହୋଇଛନ୍ତି ।