Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ଚାକିରି ହରାଇଛନ୍ତି 159ଜଣ
FMNEWS.IN
24-03-2025
ଭୁବନେଶ୍ୱର, 24 ମାର୍ଚ୍ଚ - ୫ ବର୍ଷରେ ଦୁର୍ନୀତି ଓ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚାକିରି ହରାଇଛନ୍ତି ୧୫୯ ଜଣ ସରକାରୀ ଅଧିକାରୀ । ୧୨୦ ଜଣ ସରକାରୀ ଅଫିସର ଓ କର୍ମଚାରୀ ମାନଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛି । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୩୯ ଜଣଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର । ଜବତ ହୋଇଛି ୫୯ କୋଟି ୪୭ ଲକ୍ଷ ୮୪ ହଜାର ୯୮୧ ଟଙ୍କା ।
ଆଉ ଏକ ଲିଖିତ ପ୍ରଶ୍ନରେ ସରକାରଙ୍କ ପକ୍ଷରୁ କୁହାଯାଇଛି ୨୦୧୪ ରୁ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ଭିଜିଲାନ୍ସରେ ୩୬୨୩ ଦୁର୍ନୀତି ନିବାରଣ ମାମଲା ପଞ୍ଜିକରଣ ହୋଇଛି । ସେଥିମଧ୍ୟରୁ ୨୫୫୩ ମାମଲା ଫଇସଲା ହୋଇଛି । ୯୩୯ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୧୦୫୩ ଟି ମାମଲାରେ ଅଭିଯୁକ୍ତ ଦୋଷ ମୁକ୍ତ ହୋଇଛନ୍ତି ।