BIG NEWS
ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଅସୁସ୍ଥ, ଏମ୍ସରେ ଭର୍ତ୍ତି

ନୂଆପଡାରେ ମାଓ ଅପରେସନରେ 17 ମାଓବାଦୀ ନିହତ

FMNEWS.IN 23-01-2025
17 Maoists killed in Maoist operation in Nuapada

ଭୁବନେଶ୍ୱର, 23 ଜାନୁଆରି :- ଓଡିଶା-ଛତିଶଗଡ ସୀମାନ୍ତ ନୂଆପଡା-ଗରିଆବନ୍ଧରେ ମାଓ ଅପରସେନରେ ବଡ ସଫଳତା ମିଳିଛି। ମୋଷ୍ଟ ୱାଣ୍ଟେଡ ଚଲପତିଙ୍କ ସମେତ ୧୭ ଜଣ ମାଓବାଦୀ ନିହତ ହୋଇଛନ୍ତି। ବିପୁଳ ପରମିଣାରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଗତକାଲି ନୂଆପଡା-କଳାହାଣ୍ଡିରେ ଗସ୍ତରେ ଯାଇ ମାଓବାଦୀଙ୍କ ଗତିବିଧି ଓ ଅପରସେନ ନେଇ ସମୀକ୍ଷା କରିଥିଲେ। ଏସଓଜି ଯବାନଙ୍କ ମାନଙ୍କୁ ଭେଟିବା ସହିତ ସେମନାଙ୍କ ମନୋବଳ ଓ ଅପରେସନ କେମିତି ଥିଲା ଅଲୋଚନା କରିଥିଲା।

ଏ ଅପରେସନ ପରେ ଯବାନ ମାନେ ଉତ୍ସାହିତ ଅଛନ୍ତି। ବଡ ଧରଣର ମାଓ ଅପରେସନ ପରେ ଓଡିଶା ଭିତରକୁ ପ୍ରବେଶ କରିବେ ସେ ନେଇ ଓଡିଶା ପୋଲିସ ଆଲର୍ଟରେ ରହିଛି। ଆଗାମୀ ଦିନରେ ଜୋରଦାର ଅପରେସନ ହେବ। ଓଡିଶାରେ ଯେଉଁ ଅଞ୍ଚଳରେ ମାଓ ଗତିବିଧି ରହିଛି। ସେହି ଅଞ୍ଚଳରେ ଅପରେସନ କରି ଲାଲବାହିନୀ ମୂଳପୋଛ କରାଯିବ ବୋଲି ଡିଜି କହିଛନ୍ତି। କେବଳ ସେତିକି ନୁହେଁ । ହିଂସାର ବାଟ ଛାଡି ବନ୍ଧୁକ ବଦଳରେ ବିକାଶର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ବାନ କରିଛନ୍ତି ପୋଲିସ ଡିଜି ୱାଇ. ବି. ଖୁରାନିଆ।