Breaking News
- ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇଙ୍କ ପୁଣ୍ୟତିଥିରେ ତାଙ୍କ ଯୋଗଦାନକୁ ସ୍ମରଣ କଲେ କଂଗ୍ରେସ ଅଧ୍ୟକ୍ଷ
- ବିଭୀଷଣ କଥା ମୁଁ କହିନାହିଁ - ଭକ୍ତ ଦାସ
- ନିଶାସକ୍ତ ସ୍ୱାମୀ ମାଡରେ ସ୍ତ୍ରୀ ମୃତ; ସ୍ଵାମୀ ଗିରଫ
- ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨୦୨୫ -୨୬ଖରିଫ୍ ମାର୍କେଟିଂ ଋତୁ ନିମନ୍ତେ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ
- ଦୁଇ ସପ୍ତାହ ମଧ୍ୟରେ ଜିଲ୍ଲା କଂଗ୍ରେସ ସଂଗଠନ ସୃଜନ, ଡିସିସି କର୍ମକର୍ତ୍ତା ଓ ବ୍ଲକ୍ ସଭାପତି ବଛା ହେବେ : କଂଗ୍ରେସ
ଭୁବନେଶ୍ୱରରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଶୁଭାରମ୍ଭ
FMNEWS.IN
08-01-2025
ଭୁବନେଶ୍ୱର, 08 ଜାନୁଆରୀ - ତିନି ଦିନିଆ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନ ବୁଧବାର ଭୁବନେଶ୍ୱରର ଜନତା ମୈଦାନରେ ଧୂମଧାମ ସହ ଆରମ୍ଭ ହୋଇଛି । ଏହି ସମ୍ମିଳନୀର ଉଦ୍ଘାଟନ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ବୈଦେଶିକ କାର୍ଯ୍ୟ ମନ୍ତ୍ରୀ ଏସ. ଜୟଶଙ୍କର ଓ କେନ୍ଦ୍ରୀୟ ଯୁବ ମାମଲା ଓ ଖେଳ ମନ୍ତ୍ରୀ ମନସୁଖ ମଣ୍ଡାବିୟା ଦୀପ ପ୍ରଜ୍ଜ୍ୱଳନ କରି କରିଥିଲେ। ଉଦ୍ଘାଟନ ସତ୍ରର ଶୀର୍ଷକ ଥିଲା ଯୁବ ପ୍ରବାସୀ ଭାରତୀୟ ଦିବସ।
ଏହି ସମ୍ମିଳନଟି ଓଡିଶା ସରକାର ଓ ଯୁବ ମାମଲା ଏବଂ ଖେଳ ମନ୍ତ୍ରଣାଳୟଙ୍କ ଯୁକ୍ତ ପ୍ରୟାସରେ ଆୟୋଜନ କରାଯାଇଛି। ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ ସତ୍ରରେ ଭାଗ ନେବେ, ଯେତେବେଳେ ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମାପନ ସତ୍ରର ଅଧ୍ୟକ୍ଷତା କରିବେ। ସମାପନ ସମାରୋହ ସମୟରେ ରାଷ୍ଟ୍ରପତି ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରିବେ, ଯାହା ବିଭିନ୍ନ କ୍ଷେତ୍ରରେ ପ୍ରବାସୀ ଭାରତୀୟଙ୍କ ଉପଲବ୍ଧିକୁ ସ୍ୱୀକାର କରି ପ୍ରଦାନ କରାଯାଇଥାଏ ।