Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଭୁବନେଶ୍ୱରରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଶୁଭାରମ୍ଭ
FMNEWS.IN
08-01-2025
ଭୁବନେଶ୍ୱର, 08 ଜାନୁଆରୀ - ତିନି ଦିନିଆ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନ ବୁଧବାର ଭୁବନେଶ୍ୱରର ଜନତା ମୈଦାନରେ ଧୂମଧାମ ସହ ଆରମ୍ଭ ହୋଇଛି । ଏହି ସମ୍ମିଳନୀର ଉଦ୍ଘାଟନ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ବୈଦେଶିକ କାର୍ଯ୍ୟ ମନ୍ତ୍ରୀ ଏସ. ଜୟଶଙ୍କର ଓ କେନ୍ଦ୍ରୀୟ ଯୁବ ମାମଲା ଓ ଖେଳ ମନ୍ତ୍ରୀ ମନସୁଖ ମଣ୍ଡାବିୟା ଦୀପ ପ୍ରଜ୍ଜ୍ୱଳନ କରି କରିଥିଲେ। ଉଦ୍ଘାଟନ ସତ୍ରର ଶୀର୍ଷକ ଥିଲା ଯୁବ ପ୍ରବାସୀ ଭାରତୀୟ ଦିବସ।
ଏହି ସମ୍ମିଳନଟି ଓଡିଶା ସରକାର ଓ ଯୁବ ମାମଲା ଏବଂ ଖେଳ ମନ୍ତ୍ରଣାଳୟଙ୍କ ଯୁକ୍ତ ପ୍ରୟାସରେ ଆୟୋଜନ କରାଯାଇଛି। ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ ସତ୍ରରେ ଭାଗ ନେବେ, ଯେତେବେଳେ ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମାପନ ସତ୍ରର ଅଧ୍ୟକ୍ଷତା କରିବେ। ସମାପନ ସମାରୋହ ସମୟରେ ରାଷ୍ଟ୍ରପତି ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରିବେ, ଯାହା ବିଭିନ୍ନ କ୍ଷେତ୍ରରେ ପ୍ରବାସୀ ଭାରତୀୟଙ୍କ ଉପଲବ୍ଧିକୁ ସ୍ୱୀକାର କରି ପ୍ରଦାନ କରାଯାଇଥାଏ ।