Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
୨୦୨୫ ବିକଶିତ ଓଡ଼ିଶାର ମୂଳଦୁଆ ପଡ଼ିବାର ବର୍ଷ ହେବ - ପ୍ରଭାତୀ ପରିଡ଼ା
FMNEWS.IN
31-12-2024
ଭୁବନେଶ୍ୱର, 31 ଡିସେମ୍ବର - ୨୦୨୫ ବିକଶିତ ଓଡ଼ିଶାର ମୂଳଦୁଆ ପଡ଼ିବାର ବର୍ଷ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି । ବିକଶିତ ଓଡ଼ିଶା କରିବା ନେଇ ଆମେ ଲାଗିବା । ଜନସାଧାରଣଙ୍କ ଦ୍ଵାରା ଓଡ଼ିଶାରେ ଲୋକଙ୍କ ସରକାର ଅବସ୍ଥାପିତ ହେଲା । ସାଧାରଣ ଲୋକଙ୍କ କାମ ସାଧାରଣ ଲୋକଙ୍କ ମନରେ ଥିବା ଭାବନା ପୁରା ହେଲା ଭଳି ସମ୍ଭାବନା ତିଆରି ହୋଇଛି । ୨୦୨୫ରେ ସେଇ ସମ୍ଭାବନା ପୂର୍ତ୍ତି ହେବ । ଲୋକଙ୍କର ସ୍ବପ୍ନ ପୁରା ହେବା ନେଇ ଲୋକ ଅନୁଭବ କରି ପାରିବେ । ମହିଳା, ଯୁବକ, କୃଷକ, ବ୍ୟବସାୟୀ । ଉତ୍କର୍ଷ ଓଡ଼ିଶା ନିର୍ମାଣ ଯେଉଁ ସମ୍ଭାବନା ରହିଛି । ତାର ପୂର୍ତ୍ତି ବର୍ଷ ହେବ ୨୦୨୫ ।
ପ୍ରବାସୀ ଭାରତୀୟ ଦିବସରୁ ଆରମ୍ଭ ହେବ । ଜାନୁଆରୀରେ ଉତ୍କର୍ଷ ଓଡ଼ିଶା କନକ୍ଲେଭ ହେବ ବୋଲି ପ୍ରଭାତି ପରିଡା କହିଛନ୍ତି ।