- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ବେଆଇନ ଦାଦନ ଚାଲାଣ ବେଳେ ୨୫ ଦାଦନ ଶ୍ରମିକ ଉଦ୍ଧାର
ବଲାଙ୍ଗିର, 24 ଡିସେମ୍ବର:ଦାଦନ ଚାଲାଣ ବେଳେ ତୁରେକେଲା ପୋଲିସ ଦ୍ୱାରା ଚଢାଉ । ପୋଲିସ ପେଟ୍ରୋଲିଙ୍ଗ ସମୟରେ ଚଢାଉ କରି ୨୫ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ତୁରେକେଲା ପୋଲିସ । ଶ୍ରମିକଙ୍କ ମଧ୍ୟରେ ୧୦ ଜଣ ପୁରୁଷ ୧୧ଜଣ ମହିଳା ଥିବାବେଳେ ୪ ଜଣ ଶିଶୁ ଥିବା ଜଣାପଡିଛି । ବଲାଙ୍ଗିର ଏବଂ ନୂଆପଡା ଅଞ୍ଚଳରୁ ଦାଦନ ଚାଲାଣ ଏକ ନିୟମିତ ପ୍ରକ୍ରିୟା । ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଦାଦନ ଖଟିବାକୁ ଦଲାଲଙ୍କ ପ୍ରରୋଚନାରେ ଲୋକେ ବାହାର ରାଜ୍ୟକୁ ଯାଇଥାନ୍ତି । ତୁରେକେଲା ପୁଲିସ ପଖନମୁଡା ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ବୋଲେରୋ ପିକଅପ ଭ୍ୟାନରେ କିଛି ଲୋକ ଯାଉଥିବା ଦେଖିବାକୁ ପାଇଥିଲେ । ଗାଡି ଅଟକାଇ ପଚରାଉଚରା କରିବାକୁ ଚେଷ୍ଟା କରିବା ବେଳେ ଜାଣିବାକୁ ପାଇଥିଲେ ଗାଡିରେ ୪ଜଣ ଶିଶୁ ସମେତ ୨୧ଜଣ ଶ୍ରମିକଙ୍କୁ ନୂଆପଡା ଜିଲ୍ଲା ସିନାପାଲି ଥାନା ଟିମନପୁର ଗ୍ରାମର ଦାଦନ ସର୍ଦ୍ଦାର ଲାଏବାନ ସୁନାନୀ ଏବଂ ତାର ସହଯୋଗୀ ଲିଙ୍ଗେଶ୍ୱର ଦଣ୍ଡସେନା ସେମାନଙ୍କୁ ବେଆଇନ ଭାବେ ବାହାର ରାଜ୍ୟକୁ ଚାଲାଣ କରୁଥିଲେ । ସେମାନଙ୍କୁ ମୋଟା ଅଙ୍କର ପ୍ରରୋଚନା ଦେଇ ଦାଦନ ସର୍ଦ୍ଦାର ଗାଡିରେ ସେମାନଙ୍କୁ କଣ୍ଟାବାଞ୍ଜି ଷ୍ଟେସନକୁ ନେଉଥିଲା କିନ୍ତୁ ପୁଲିସ ହାବୁଡରେ ପଡିଥିଲେ ସମସ୍ତେ । ଏନେଇ ତୁରେକେଲା ଥାନା କେସ ନଂ ୩୯୧/୨୦୨୪ରେ ଏକ ମାମଲା ଋଜୁ କରିଥିବାବେଳେ ଦୁଇ ଅଭିଯୁକ୍ତ ସର୍ଦ୍ଦାର ଲାଏବାନ ସୁନାନୀ ଏବଂ ଲିଙ୍ଗେଶ୍ୱର ଦଣ୍ଡସେନାକୁ କୋର୍ଟ ଚାଲାଣ କରାଯାଇଥିବା ତୁରେକେଲା ଥାନାଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି । ପୁଲିସ ସମସ୍ତ ଶ୍ରମିକଙ୍କୁ ଥାନାକୁ ଆଣି ସେମାନଙ୍କୁ ପଚରା ଉଚରା କରିବା ପରେ ସେମାନଙ୍କୁ ନିଜ ଗାଁକୁ ପଠାଇ ଦେଇଛି ।