Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ଟ୍ରାକ୍ଟର ନେଲା ଗୋଟିଏ ପରିବାର ୩ ମୁଣ୍ଡ : ଅଂଚଳରେ ଶୋକାକୂଳ ପରିବେଶ
FMNEWS.IN
04-05-2025
ଧର୍ମଶାଳା,୪ମଇ - ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅଧିନ ଚାରନଙ୍ଗଳ (ବାହାଦୂର ନଗର) ଗ୍ରାମରେ ଅଘଟଣ । ଏହି ଅଂଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର । ଫଳରେ ଗୋଟିଏ ପରିବାରର ୩ ମୁଣ୍ଡ ନେଲା ଟ୍ରାକ୍ଟରେ । ଏଭଳି ଘଟଣା ଘଟିବା ପରେ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳିଯାଇଛି । ମୃତକ ହେଲେ ବେଙ୍ଗ ଦଳାଇ(୫୫)ସ୍ୱାମୀ ଉତ୍ସବ ଦଳାଇ(୬୦) ଓ ନାତି ଦୁର୍ଯ୍ୟୋଧନ ବଳାଇ(୧୪)ବୋଲି ଜଣାପଡିଛି । ତେବେ ଏଭଳି ଘଟଣା ଘଟିଥିଲା ଶନିବାର ଦିନ ବିଳମ୍ବିତ ରାତିରେ । ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଏକ ବନ୍ଧ ତଳକୁ ଖସି ପଡିଥିଲା । ଫଳରେ ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ସମସ୍ତଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଏହି ଦୁଃଖଦ ଘଟଣା ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ।