Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଟ୍ରାକ୍ଟର ନେଲା ଗୋଟିଏ ପରିବାର ୩ ମୁଣ୍ଡ : ଅଂଚଳରେ ଶୋକାକୂଳ ପରିବେଶ
FMNEWS.IN
04-05-2025
ଧର୍ମଶାଳା,୪ମଇ - ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅଧିନ ଚାରନଙ୍ଗଳ (ବାହାଦୂର ନଗର) ଗ୍ରାମରେ ଅଘଟଣ । ଏହି ଅଂଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର । ଫଳରେ ଗୋଟିଏ ପରିବାରର ୩ ମୁଣ୍ଡ ନେଲା ଟ୍ରାକ୍ଟରେ । ଏଭଳି ଘଟଣା ଘଟିବା ପରେ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳିଯାଇଛି । ମୃତକ ହେଲେ ବେଙ୍ଗ ଦଳାଇ(୫୫)ସ୍ୱାମୀ ଉତ୍ସବ ଦଳାଇ(୬୦) ଓ ନାତି ଦୁର୍ଯ୍ୟୋଧନ ବଳାଇ(୧୪)ବୋଲି ଜଣାପଡିଛି । ତେବେ ଏଭଳି ଘଟଣା ଘଟିଥିଲା ଶନିବାର ଦିନ ବିଳମ୍ବିତ ରାତିରେ । ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଏକ ବନ୍ଧ ତଳକୁ ଖସି ପଡିଥିଲା । ଫଳରେ ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ସମସ୍ତଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଏହି ଦୁଃଖଦ ଘଟଣା ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ।