- ଉପରାଷ୍ଟ୍ରପତି ନିର୍ବାଚନ: ଏନଡିଏର ସଂଖ୍ୟା, ଅସନ୍ତୋଷ ଓ ବିବେକର ପରୀକ୍ଷା
- ସରକାର ଆଉ କେତେଦିନ ନେତୃତ୍ବର ଭ୍ରୂଣହତ୍ୟା କରୁଥିବେ: ଭକ୍ତ
- ଉପରାଷ୍ଟ୍ରପତି ନିର୍ବାଚନ: ରାଜ୍ୟବାସୀଙ୍କୁ ବିଜେଡି ଲଜ୍ଜିତ କରିଛି, ବହୁମୂଲ୍ୟ ଦେବାକୁ ପଡ଼ିବ : ଭକ୍ତ
- କଂଗ୍ରେସ ସଂଗଠନ ସୃଜନ ଅଭିଯାନ : ତୃତୀୟ ଦିନରେ ଓଡିଶା ପହଁଞ୍ଚିଲେ ୭ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ
- 2025 ମସିହା ଶେଷକୁ ଜନଗଣନା ଆରମ୍ଭ ହେବ- ରାଜସ୍ୱ ମନ୍ତ୍ରୀ
ଫୁଲବାଣୀ ସର୍କିଟ ହାଉସରେ ଗାଡ଼ି ପୋଡ଼ି ଘଟଣାଅଭିଯୁକ୍ତ ଗିରଫ:ପ୍ରତିଶୋଧ ନେବା ପାଇଁ ଭିଆଇଥିଲା କାଣ୍ଡ

କନ୍ଧମାଳ : ଫୁଲବାଣୀ ସର୍କିଟ ହାଉସରେ କିଛିଦିନ ପୂର୍ବେ ବିଧାୟକଙ୍କର ଗାଡି ସମେତ ଗୋଟିଏ ସ୍କୁଟି ଗୋଟିଏ ବାଇକ ପୋଡି ଘଟଣାର ପର୍ଦ୍ଦ ଫାସ କରିଛି ପୋଲିସ୍। ଘଟଣାରେ ପୋଲିସ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଥିବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କନ୍ଧମାଳ ଜିଲ୍ଲା ଆଡିସନାଲ ଏସପି।
ସୂଚନା ଅନୁଯାୟୀ, ଗତ ଡିସେମ୍ବର ୨୪ ତାରିଖ ବିଳମ୍ବିତ ରାତିରେ ଫୁଲବାଣୀ ସର୍କିଟ ହାଉସ ଠାରେ ଜଣେ ଦୁର୍ବୃତ ସର୍କିଟ ହାଉସ କର୍ମଚାରୀଙ୍କର ଗୋଟିଏ ସ୍କୁଟି ଏବଂ ବିଧାୟକଙ୍କ ପିଏସ୍ଓଙ୍କ ଗୋଟିଏ ବାଇକ ସମ୍ପୂର୍ଣ୍ଣ ପୋଡି ଦେଇଥିଲା। ତେବେ ସେହି ଗାଡ଼ିଗୁଡ଼ିକ ପାଖରେ ବିଧାୟକଙ୍କର ଗାଡ଼ି ମଧ୍ୟ ଠିଆ ହୋଇଥିବାରୁ ସେହି ଇନୋଭା ଗାଡ଼ିର କିଛିଅଂଶ ମଧ୍ୟ ପୋଡ଼ି ଯାଇଥିଲା। ଏହି ଘଟଣାର ତଦନ୍ତ ପାଇଁ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ହରିଶ ବିଶି ଏବଂ ଏସ୍ଡିପିଓ ସୁବ୍ରତ କୁମାର ବେହେରା, ଫୁଲବାଣୀ ଟାଉନ ଥାନା ଅଧିକାରୀ କନକ କୁମାର ମାଝୀ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଏସ୍ପିଙ୍କର ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ ଜାରି ରଖିଥିବାବେଳେ ଅଭିଯୁକ୍ତକୁ ଟାଉନ ଥାନା ପୋଲିସ ଗିରଫ କରିଥିବା ଶନିବାର ଫୁଲବାଣୀ ଟାଉନ ଥାନାରେ କନ୍ଧମାଳ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ନେହାଶିଷ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଅଭିଯୁକ୍ତ ଜଣକ ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ଫୁଲବାଣୀ ପୌର ପରିଷଦ ୨ ନମ୍ବର ୱାର୍ଡର ଡାମିଗାଁ ଗ୍ରାମର ମୃତ ଶ୍ରୀବତ୍ସ ବେହେରାଙ୍କ ପୁଅ ସୁଜିତ କୁମାର ବେହେରା ବୋଲି ସୂଚନା ଦେଇଛନ୍ତି। ଅଭିଯୁକ୍ତ ସୁଜିତ ବେହେରା ଫୁଲବାଣୀ କେନ୍ଦୁପତ୍ର ବିଭାଗରେ ଜଣେ ଫରେଷ୍ଟର ଭାବେ ଚାକିରୀ କରୁଥିବାବେଳେ ତାଙ୍କ ବାପା ସ୍ୱର୍ଗତଃ ଶ୍ରୀବତ୍ସ ବେହେରା ସର୍କିଟ ହାଉସରେ ପିଅନ ଭାବେ ଚାକିରୀ କରୁଥିଲେ। ବାପାଙ୍କ ମୃତ୍ୟୁ ପରେ ତାଙ୍କ ମା ସରସ୍ୱତୀ ବେହେରାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତି ଦିଆଯାଇଥିଲା। ତେବେ ବାପାଙ୍କ ମୃତ୍ୟୁ ପରେ ପୁଅ ସୁଜିତ ସର୍କିଟ ହାଉସ ପରିସରରେ ସର୍ବଦା ମଦ୍ୟପାନ କରି ଗଣ୍ଡଗୋଳ କରୁଥିବାରୁ ସରସ୍ୱତୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବହିଷ୍କାର କରାଯାଇ ରହୁଥିବା କ୍ୱାର୍ଟରରୁ ମଧ୍ୟ ବାହାର କରି ଦିଆଯାଇଥିଲା। ଫଳରେ ଅଭିଯୁକ୍ତ ସୁଜିତ ସର୍କିଟ ହାଉସ କର୍ମଚାରୀମାନଙ୍କ ଉପରେ ପ୍ରତିଶୋଧପରାୟଣ ହୋଇ ଏପରି କାଣ୍ଡ ଭିଆଇଥିଲା ବୋଲି ଅତିରିକ୍ତ ଏସ୍ପି ଶ୍ରୀ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଉକ୍ତ ସାମ୍ବାଦିକ ସମ୍ମିଳନୀ ସମୟରେ ଏସ୍ଡିପି ଓ ସୁବ୍ରତ କୁମାର ବେହେରା ଫୁଲବାଣୀ ଟାଉନ ଥାନା ଅଧିକାରୀ କନକ କୁମାର ମାଝୀ ଉପସ୍ଥିତ ଥିଲେ।