Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ବିଧାନସଭା ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ
FMNEWS.IN
12-02-2025
ଭୁବନେଶ୍ୱର, 12 ଫେବ୍ରୁଆରି ବିଧାନସଭା ସୁରୁଖୁରୁରେ ହେବା ନେଇ ସବର୍ଦଳୀୟ ବୈଠକରେ ଆଲୋଚନା ହୋଇଛି । ଏଥର ବିଧାନସଭାରେ 28 ଟି କାର୍ଯ୍ୟ ଦିବସ ରହିବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୁରମା ପାଢି । ମୁଖ୍ୟମନ୍ତ୍ରୀ ବଜେଟ ଉପସ୍ଥାପନା କରିବେ । 17 ତାରିଖ ବଜେଟ ଉପସ୍ଥାପନା ସହିତ ଆପ୍ରପେଶନ ବିଲ ଆସିଵ । ସରକାରୀ ଓ ବେସରକାରୀ କାର୍ଯ୍ୟଦିବସ ରହିଛି । ଦୀର୍ଘ ଦିନ ଧରି ବିଧାନସଭାକୁ ଡିଜିଟାଇଜେସନ କରିବା ପାଇଁ ଚିନ୍ତା କରିଥିଲୁ ଆଜି ପେପର ଲେସ ବିଧାନସଭା ଉଦଘାଟନ ହୋଇଛି । ୱାନ ନେସନ ୱାନ ଆପ୍ଲିକେସନ କେନ୍ଦ୍ର ସରକାରଙ୍କ ଦ୍ୱାରା ଚାଲିଛି । 17 ତମ ବିଧାନସଭା ଭାବେ ଓଡ଼ିଶା ବିଧାନସଭା ପେପର ଲେସ ହୋଇଛି । ଆଜି ଉଦଘାଟନ ପରେ ପରେ ଦିଲ୍ଲୀରୁ ଆସିଥିବା ନେଭା ଟିମ ଟ୍ରେନିଂ ଦେଇଥିଲେ ଆସନ୍ତାକାଲି ମଧ୍ୟ ଟ୍ରେନିଂ ଦିଆଯିବ । ବିଧାନସଭା ପରିସରରେ ନେଭା ଟିମ 3 ଟାରୁ 4 ଟା ସମୟରେ ଟ୍ରେନିଂ ଦେବେ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି ।