Breaking News
- ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇଙ୍କ ପୁଣ୍ୟତିଥିରେ ତାଙ୍କ ଯୋଗଦାନକୁ ସ୍ମରଣ କଲେ କଂଗ୍ରେସ ଅଧ୍ୟକ୍ଷ
- ବିଭୀଷଣ କଥା ମୁଁ କହିନାହିଁ - ଭକ୍ତ ଦାସ
- ନିଶାସକ୍ତ ସ୍ୱାମୀ ମାଡରେ ସ୍ତ୍ରୀ ମୃତ; ସ୍ଵାମୀ ଗିରଫ
- ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨୦୨୫ -୨୬ଖରିଫ୍ ମାର୍କେଟିଂ ଋତୁ ନିମନ୍ତେ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ
- ଦୁଇ ସପ୍ତାହ ମଧ୍ୟରେ ଜିଲ୍ଲା କଂଗ୍ରେସ ସଂଗଠନ ସୃଜନ, ଡିସିସି କର୍ମକର୍ତ୍ତା ଓ ବ୍ଲକ୍ ସଭାପତି ବଛା ହେବେ : କଂଗ୍ରେସ
ବିଧାନସଭା ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ
FMNEWS.IN
12-02-2025
ଭୁବନେଶ୍ୱର, 12 ଫେବ୍ରୁଆରି ବିଧାନସଭା ସୁରୁଖୁରୁରେ ହେବା ନେଇ ସବର୍ଦଳୀୟ ବୈଠକରେ ଆଲୋଚନା ହୋଇଛି । ଏଥର ବିଧାନସଭାରେ 28 ଟି କାର୍ଯ୍ୟ ଦିବସ ରହିବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୁରମା ପାଢି । ମୁଖ୍ୟମନ୍ତ୍ରୀ ବଜେଟ ଉପସ୍ଥାପନା କରିବେ । 17 ତାରିଖ ବଜେଟ ଉପସ୍ଥାପନା ସହିତ ଆପ୍ରପେଶନ ବିଲ ଆସିଵ । ସରକାରୀ ଓ ବେସରକାରୀ କାର୍ଯ୍ୟଦିବସ ରହିଛି । ଦୀର୍ଘ ଦିନ ଧରି ବିଧାନସଭାକୁ ଡିଜିଟାଇଜେସନ କରିବା ପାଇଁ ଚିନ୍ତା କରିଥିଲୁ ଆଜି ପେପର ଲେସ ବିଧାନସଭା ଉଦଘାଟନ ହୋଇଛି । ୱାନ ନେସନ ୱାନ ଆପ୍ଲିକେସନ କେନ୍ଦ୍ର ସରକାରଙ୍କ ଦ୍ୱାରା ଚାଲିଛି । 17 ତମ ବିଧାନସଭା ଭାବେ ଓଡ଼ିଶା ବିଧାନସଭା ପେପର ଲେସ ହୋଇଛି । ଆଜି ଉଦଘାଟନ ପରେ ପରେ ଦିଲ୍ଲୀରୁ ଆସିଥିବା ନେଭା ଟିମ ଟ୍ରେନିଂ ଦେଇଥିଲେ ଆସନ୍ତାକାଲି ମଧ୍ୟ ଟ୍ରେନିଂ ଦିଆଯିବ । ବିଧାନସଭା ପରିସରରେ ନେଭା ଟିମ 3 ଟାରୁ 4 ଟା ସମୟରେ ଟ୍ରେନିଂ ଦେବେ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି ।