Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ଗୋଟିଏ ଆକାଉଣ୍ଟରେ ରହିବ ରୋଗୀଙ୍କ ସମସ୍ତ ପୂର୍ବ ଡାଟା
FMNEWS.IN
02-01-2025
ଭୁବନେଶ୍ୱର, 2 ଜାନୁୟାରୀ: ଏଣିକି ଆଉ ମାଳ ମାଳ ପ୍ରେସକ୍ରିପସନ ଧରିକି ରୋଗୀ ବୁଲିବେ ନାହିଁ । ଗୋଟିଏ ଆକାଉଣ୍ଟରେ ରହିବ ରୋଗୀଙ୍କ ସମସ୍ତ ପୂର୍ବ ଡାଟା । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଖୁବ ଶୀଘ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ନେସନାଲ ଡିଜିଟାଲ ହେଲଥ ମିଶନ । ନେସନାଲ ହେଲଥ ଅଥରିଟି ଅଣ୍ଡର ରେ ରହିବ ଏହି କାର୍ଡ । ଏହି କାର୍ଡର ନାମ ରହିବ ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ ବା ଆଭା ପପୁଲେସନ ଅନୁଯାୟୀ ଆଭା କାର୍ଡ ଆକାଉଣ୍ଟ ସମସ୍ତ ରେଜିଷ୍ଟେସନ କରିପାରିବେ । କ୍ୟୁ ଆର କୋର୍ଡ ସ୍କାନ କଲେ ପୂର୍ବ ରୋଗ ସମ୍ବଧୀୟ ସବୁ ଡାଟା ପାଇହେବ । ନେସନାଲ ଡିଜିଟାଲ ହେଲାଥ ମିଶନ ଅନୁଯାଇ ଏହା ପାଇହେବ । ଅନଲାଇନରେ ଆବେଦନ କରିହେବ କାର୍ଡ । ଆୟୁଷ୍ମାନ ଭାରତ ସହିତ ମିଲିବ ଏହି କାର୍ଡ । ଫେବୃଆରୀ ପୂର୍ବରୁ କାର୍ଡ ବାଣ୍ଟିବା ନେଇ ଯୋଜନା କରୁଛନ୍ତି ସରକାର ।