BIG NEWS
ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଅସୁସ୍ଥ, ଏମ୍ସରେ ଭର୍ତ୍ତି

ଓଡିଶା ବଜେଟ 2025-26ର ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର

FMNEWS.IN 17-02-2025
Allocation of important areas in the budget

ଭୁବନେଶ୍ୱର, 17ଫେବୃୟାରୀ - 2025-26 ରେ ସ୍ବାସ୍ଥ୍ୟ ସେବା କ୍ଷେତ୍ର ନିମନ୍ତେ 23,635 କୋଟି ଟଙ୍କାର ବଜେଟ ଅଟକଳ ହୋଇଛି । ଯାହା ମୋଟ ବଜେଟର 8.2 ପ୍ରତିଶତ ଏବଂ ଜିଏସଡ଼ିପିର 2.2 ପ୍ରତିଶତ ଅଟେ ।ସେହିପରି ବଜେଟରେ ଶିକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । 2025-26ରେ ଶିକ୍ଷା କ୍ଷେତ୍ର ନିମନ୍ତେ 41,273 କୋଟି ଟଙ୍କାର ବଜେଟ ଅଟକଳ ହୋଇଥିବା ବେଳେ ଏହା ମୋଟ ବଜେଟର 14.2 ପ୍ରତିଶତ ଏବଂ ଜିଏସଡ଼ିପିର 3.9 ପ୍ରତିଶତ ଅଟେ । 2025-26 ରେ ସାମାଜିକ ସୁରକ୍ଷା କ୍ଷେତ୍ର ନିମନ୍ତେ 24,250 କୋଟି ଟଙ୍କାର ବଜେଟ ଅଟକଳ ରହିଛି । ଏହା ମୋଟ ବଜେଟ୍ ର 8.4 ପ୍ରତିଶତ ଅଟେ । ସେହିପରି 2025-26 ରେ ମହିଳା ମାନଙ୍କ ନିମନ୍ତେ 17, 998 କୋଟି ଟଙ୍କାର ବଜେଟ ଅଟକଳ ରହିଛି । ଯାହା ମୋଟ ବଜେଟ୍ ର 6.2 ପ୍ରତିଶତ ଅଟେ । 2025-26 ରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ନିମନ୍ତେ 37,838 କୋଟି ଟଙ୍କାର ବଜେଟ ଅଟକଳ ରହିଛି । ଯାହାକି ଗତ ବର୍ଷ ବଜେଟ ଅଟକଳ ତୁଳନାରେ 11.6 ପ୍ରତିଶତ ବୃଦ୍ଧି ଏବଂ ମୋଟ ବଜେଟ୍ର 13 ପ୍ରତିଶତ ଅଟେ । 2025-26 ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ ନିମନ୍ତେ 16,273 କୋଟି ଟଙ୍କାର ବଜେଟ ଅଟକଳ ରହିଛି ଯାହାକି ଗତ ବର୍ଷ ବଜେଟ ଅଟକଳ ତୁଳନାରେ 15.3 ପ୍ରତିଶତ ବୃଦ୍ଧି ଏବଂ ମୋଟ ବଜେଟର 5.6 ପ୍ରତିଶତ ଅଟେ । 2025-26ରେ ଗ୍ରାମୀଣ ବିକାଶ ନିମନ୍ତେ 39,221 କୋଟି ଟଙ୍କାର ବଜେଟ ଅଟକଳ କରାଯାଇଥିବା ବେଳେ ଏହା ମୋଟ ବଜେଟ୍ ର 13.5 ପ୍ରତିଶତ ଅଟେ । 2025-26 ରେ ନଗର ଉନ୍ନୟନ ନିମନ୍ତେ 9985 କୋଟି ଟଙ୍କାର ବଜେଟ ଅଟକଳ କରାଯାଇଥିବା ବେଳେ ଏହା ମୋଟ ବଜେଟର 3.4 ପ୍ରତିଶତ ଅଟେ ।

ମୋଟ ବଜେଟ ଭାଗିଦାରୀରେ ଶ୍ରେଷ୍ଠ 15 ବିଭାଗ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ 10.8 ପ୍ରତିଶତ ଧନରାଶି ବ୍ୟୟବରାଦ କରାଯାଇଥିବା ବେଳେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପାଇଁ 9.8ପ୍ରତିଶତ ବ୍ୟୟବରାଦ ହୋଇଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ 7.8 ପ୍ରତିଶତ ଧନରାଶି ବ୍ୟୟ ବରାଦ ହୋଇଥିବା ବେଳେ ମହିଳା ଓ ଶିଶୁ ବିକାଶ ବିଭାଗ ପାଇଁ ରହିଛି 5.2 ପ୍ରତିଶତ । ଜଳ ସମ୍ପଦ ବିଭାଗ ପାଇଁ 5.1 ପ୍ରତିଶତ ଧନରାଶି ବ୍ୟବୟବରାଦ ହୋଇଥିବା ବେଳେ କୃଷି ଓ କୃଷକ ସଶକ୍ତିକାରଣ ବିଭାଗ ପାଇଁ 5.1 ପ୍ରତିଶତ ରହିଛି । ନିର୍ମାଣ ବିଭାଗ ପାଇଁ 4.1 ପ୍ରତିଶତ ବ୍ୟୟବରାଦ ହୋଇଥିବା ବେଳେ ଗୃହ ବିଭାଗ ପାଇଁ 3.7 ପ୍ରତିଶତ ରହିଛି । ଗ୍ରାମ ଭନ୍ନୟନ ବିଭାଗ ପାଇଁ 3.5ପ୍ରତିଶତ ଅର୍ଥ ବ୍ୟୟବରାଦ ହୋଇଥିବା ବେଳେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପାଇଁ 3.4 ପ୍ରତିଶତ ରହିଛି । ସାମାଜିକ ସୁରକ୍ଷା ଓ ଭିନ୍ନଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପାଇଁ 3.1 ପ୍ରତିଶତ ଧନରାଶି ବ୍ୟୟବରାଦ କରାଯାଇଥିବା ବେଳେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଭନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପାଇଁ 2.2 ପ୍ରତିଶତ କରାଯାଇଛି । ଶକ୍ତି ବିଭାଗ ପାଇଁ 1.4 ପ୍ରତିଶତ ଧନରାଶି ବ୍ୟୟ ଅଟକଳ କରାଯାଇଥିବା ବେଳେ ପରିବହନ ବିଭାଗ ପାଇଁ 1.3 ପ୍ରତିଶତ ଓ ଉଚ୍ଚ ଶିକ୍ଷା ବିଭାଗ ପାଇଁ 1.3 ପ୍ରତିଶତ ରହିଛି ।