BIG NEWS
ଅନୁଗୁଳ ପି.ଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଦ୍ବାରା ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ
ଭୋଟ ଚୋର ସରକାର ମହାତ୍ମାଙ୍କ ନାମ ପରିବର୍ତ୍ତନ କରିବାର ଦୁଃସାହସ କରିଛି : କଂଗ୍ରେସ

ଅନୁଗୁଳ ଜିଲ୍ଲା କଂଗ୍ରେସର ଟାଟା ପାୱାର ଅଫିସ ଘେରାଊ

FMNEWS.IN 30-12-2025
Angul congress protest against tata power over asd collection

(FM News):-- ବିଦ୍ୟୁତ୍ ଉପଭୋକ୍ତାଙ୍କଠାରୁ ବେଆଇନ ଭାବେ ସୁରକ୍ଷା ରାଶି ଜମା କରିବା ତଥା ଘରୋଇ ଓ କୃଷି କ୍ଷେତ୍ରକୁ ମାଗଣା ବିଜୁଳି ପ୍ରଦାନ କରିବା ଦାବି ନେଇ ଅନୁଗୁଳସ୍ଥିତ ଟାଟା ପାୱାର ଅଫିସ ଆଗରେ ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା ସଭାପତି ସୁନୀଲ ପ୍ରଧାନଙ୍କ ନେତୃତ୍ୱରେ ଯୁବ, ଛାତ୍ର, ମହିଳା, କୃଷକ ଓ ଶହ ଶହ କଂଗ୍ରେସ କର୍ମୀ ଓ ନେତାଙ୍କ ସହିତ ଏକ ବିଶାଳ ଶୋଭାଯାତ୍ରାରେ ସ୍ଥାନୀୟ କଂଗ୍ରସ ଭବନରୁ ବାହାରି ବଜ଼ାର ଛକ ଓ ରାଜା ଛକ ଦେଇ ଟାଟା ପୱାର ଅଫିସଠାରେ ପଂହଚିଥିଲେ। ସେଠାରେ ଜିଲ୍ଲା ସଭାପତି ସୁନୀଲ ପ୍ରଧାନଙ୍କସମେତ ବହୁ କଂଗ୍ରେସ ନେତା ଟାଟା ପାୱାର ବିରୋଧରେ ବେଆଇନ⁠ ⁠ଅତିରିକ୍ତ ସୁରକ୍ଷା ଜମା ରାଶିକୁ ନେଇ ଦୃଢ ପ୍ରତିବାଦ କରିଥିଲେ। ଆନ୍ଦୋଳନକାରୀମାନଙ୍କପ୍ରମୁଖ ଦାବି ମଧ୍ୟରେ⁠ ⁠ଅତିରିକ୍ତ ସୁରକ୍ଷା ଜମା (ଏଏସ୍ଡି) ପ୍ରତ୍ୟାହାର କରାଯାଊ,⁠ ⁠ଘରୋଇ ଉପଭୋକ୍ତାଙ୍କୁ ଭାଜପା ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରୁ; ୩୦୦-୪୦୦ ୟୁନିଟ୍ ଦେୟମୁକ୍ତ କରାଯାଊ,⁠⁠କୃଷିକ୍ଷେତ୍ରରେ ମଧ୍ୟ ସବ୍ସିଡିର ବ୍ୟବସ୍ଥା ପ୍ରମୁଖ ଅନ୍ତର୍ଭୁକ୍ତ ।

କଂଗ୍ରେସ ସଦାସର୍ବଦା ସାଧାରଣ ଲୋକ, ଗରୀବ, କୃଷକ, ଶ୍ରମିକ, ଆଦିବାସୀ, ଦଳିତ, ସଂଖ୍ୟାଲଘୁ ଓ ବଞ୍ଚିତଙ୍କ ସହିତ ରହିଛି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତାଉମେଶ ସାହୁ, ଲୁଲୁ ପାଣିଗ୍ରାହୀ, ପ୍ରଦ୍ୟୁମ୍ନ ସାହୁ, ତପନ ପଧାନ, ସୂଦୀପ ମିଶ୍ର, ଚିତ୍ତରଞ୍ଜନ ନାଏକ, ଗୋବିନ୍ଦ ନାଏକ, ବଲବୀର ସିଂଗ, ସଂଜୀବ ମଣ୍ଡୋଠିଆ, ବିନୋଦ ମାଝୀ, ପଦ୍ମିନୀ ଗଡ଼ନାୟକ, ଅଳକା ମହାନ୍ତି, ଅଳକା ମହାପାତ୍ର, କସିଦା ଖାନ, ସଂଗ୍ରାମ କୁଅଁର, ସଂଗ୍ରାମ ବେହେରା, ଅରୁଣ କୁମାର ଦାସ, ମାନିନୀ ପ୍ରଧାନ, ବାସୁଦେବ ସାମଲ, କୁଞ୍ଜ ବିହାରୀ ନାଏକ, ଅଶୋକ ନାଏକଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।