- ସମ୍ବଲପୁର ବିକାଶ, ସନ୍ତୁଳିତ ବିକାଶ ଏବଂ ସୁଶାସନର ଏକ ଅଭିନ୍ନ ଅଙ୍ଗ - ମୁଖ୍ୟମନ୍ତ୍ରୀ
- ପୁରୀରେ ଭକ୍ତଙ୍କୁ ଶୋଷଣ କରୁଛି ଶ୍ରୀମନ୍ଦିର ପ୍ରଶାସନ : ଉମାବଲ୍ଲଭ ରଥ
- ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍-୨୦୨୬: ବନ୍ୟଜନ୍ତୁ ସୁରକ୍ଷା ପାଇଁ ଦୌଡ଼ିଲେ ୫,୫୦୦ରୁ ଅଧିକ ପ୍ରତିଯୋଗୀ
- ସମ୍ବଲପୁରରେ ପ୍ରାୟ ୯୪୮ କୋଟି ଟଙ୍କା ମୂଲ୍ୟର ୨୫ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତିପ୍ରସ୍ତର ସ୍ଥାପନ କ...
- ଅନୁଗୁଳ ଜିଲ୍ଲା କଂଗ୍ରେସ : ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଉଚ୍ଛେଦ କଲେ ପରିଣାମ ଭୟାବହ ହେବ
ଅନୁଗୁଳ ଜିଲ୍ଲା କଂଗ୍ରେସ : ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଉଚ୍ଛେଦ କଲେ ପରିଣାମ ଭୟାବହ ହେବ
(FM News) :-- ଆଜି ପୂର୍ବାହ୍ନରେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ କଂଗ୍ରେସ ଭବନଠାରେ ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଉଚ୍ଛେଦ, ଟାଟା ପାୱାରର ମନମାନି ଓ ଧାନ ସଂଗ୍ରହରେ ଅବ୍ୟବସ୍ଥାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନିୟୋଜିତ ପ୍ରଭାରୀ ଭାବେ ଓଡିଶା ବିଧାନସଭାରେ କଂଗ୍ରେସ ଦଳର ବିଧାୟକ ଦଳର ଉପନେତା ତଥା ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ଯୋଗଦେଇ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ ଯେଉଁ ଭଳି ଭାବରେ କେନ୍ଦ୍ରର ବିଜେପି ସରକାର ଉଚ୍ଛେଦ କଲେ, ତାହା କଦାପି ଭାରତବର୍ଷ ବରଦାସ୍ତ କରିବ ନାହିଁ।
ମହାତ୍ମାଗାନ୍ଧୀଙ୍କୁ ସାରା ବିଶ୍ୱ ସମ୍ମାନ ଦେଉଥିବା ବେଳେ ତାଙ୍କର ଅହିଂସା ଉପାୟରେ ଆନ୍ଦୋଳନକୁ ବିଶ୍ୱ ଗ୍ରହଣ କରିଛି। ବିଶ୍ବର ଯେ କୌଣସି ରାଷ୍ଟ୍ରର ନେତୃତ୍ୱ ଭାରତ ପରିଦର୍ଶନରେ ଆସିଲେ ତାଙ୍କର ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ମଧ୍ୟରେ ମହାତ୍ମାଗାନ୍ଧୀଙ୍କ ସମାଦ୍ଧିସ୍ଥଳ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଭୁଲି ନ ଥାନ୍ତି, ହେଲେ ଭାରତବର୍ଷରେ ନାଥୁରାମ ଗଡସେଙ୍କୁ ସମ୍ମାନ ଦେଉଥିବା ବିଜେପି ସରକାର ତାଙ୍କ ନାମରେ ପ୍ରଚଳିତ ଏକ ଜନକଲ୍ୟାଣ ଯୋଜନାରୁ ତାଙ୍କ ନାମକୁ କାଟି ଦେଲେ। ଭାରତର ବହୁ ଲୋକ କର୍ମ ସଂସ୍ଥାନ ନ ପାଇ ଅନାହାରରେ ମୃତ୍ୟୁବରଣ କରୁଥିବା ଜାଣି ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ମନମୋହନ ସିଂହ ନିଶ୍ଚିତ କର୍ମନିଯୁକ୍ତି ଦେବା ପାଇଁ ଏକ ସର୍ବଗ୍ରହଣିୟ ଜନ ହିତକର ଯୋଜନା ଲାଗୁ କରିଥିଲେ। ଏହା ଦ୍ଵାରା ଭାରତବର୍ଷର ବହୁ ଶ୍ରମିକ ଉପକୃତ ହେଉଥିଲେ। କିନ୍ତୁ ବିଜେପି ସରକାରଙ୍କୁ ମହାତ୍ମାଗାନ୍ଧୀଙ୍କ ନାମକୁ ହଜମ ହେଲା ନାହିଁ ଫଳରେ ଏଭଳି ଜନହିତକର ଯୋଜନାକୁ ଉଚ୍ଛେଦ କରି ଏକ ଦିଗହରା ଅପରିଣାମଦର୍ଶୀ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଯେପର୍ଯ୍ୟନ୍ତ କେନ୍ଦ୍ର ସରକାର ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ ପୁନଃ ପ୍ରଚଳନ କରି ନାହାନ୍ତି ସେ ପର୍ଯ୍ୟନ୍ତ କଂଗ୍ରେସ ଦଳ ଚୁପ୍ ହୋଇ ବସିବ ନାହିଁ ବୋଲି ପ୍ରକାଶ କରିଥିଲେ। ଟାଟା କମ୍ପାନୀର ମନମାନି ନିରୀହ ଜନତାଙ୍କୁ ଘୋର ଅନ୍ଧକାର ଭିତରକୁ ଟାଣି ନେଇଛି।
ନିର୍ବାଚନରେ ୩୦୦ ୟୁନିଟ ବିଦ୍ୟୁତ ମାଗଣା ଦେବାକୁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ଡବଲ ଇଞ୍ଜିନ ସରକାର ଓଡିଶାବାସୀଙ୍କୁ ପ୍ରତାରଣା କରି ବୋଝ ଉପରେ ଲଳିତା ବିଡା ଲଦିବାରେ ବ୍ୟସ୍ତ। ଆଜି ଏନେଇ ସାରା ରାଜ୍ୟରେ ସାଧାରଣ ଜନତା ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏପରିପ୍ରେକ୍ଷିରେ କଂଗ୍ରେସ ଦଳ ଚୁପ ବସିବ ନାହିଁ। ଦେଶର ପ୍ରମୁଖ ରାଜ୍ୟ ଗୁଡ଼ିକ ବାହାର ରାଜ୍ୟରୁ ବିଦ୍ୟୁତ କିଣି ଆମ ରାଜ୍ୟଠାରୁ କମ ଦରରେ ବିଦ୍ୟୁତ ଯୋଗାଣ କରୁଥିବା ବେଳେ ଆମ ରାଜ୍ୟ ବିଦ୍ୟୁତ ଉତ୍ପାଦନରେ ଚାହିଦାଠାରୁ ଢେର ଗୁଣ ଅଧିକାରର ଥାଇ ଅଧିକ ରାଜ୍ୟବାସୀଙ୍କୁ ବିକ୍ରି କରୁଛନ୍ତି। ଏହା ରାଜ୍ୟବାସୀଙ୍କୁ ଶୋଷଣ ନୁହେଁ ତ ଆଉ କଣ? ଏଣୁ କଂଗ୍ରେସ ରାଜ୍ୟ ସରକାର ତୁରନ୍ତ ୩୦୦ ୟୁନିଟ ବିଦ୍ୟୁତ ମାଗଣା ଯୋଗାଇବା ସହ କୃଷିକ୍ଷେତ୍ରରେ ବିଦ୍ୟୁତ ଶୁଳ୍କ ସମ୍ପୂର୍ଣ୍ଣ ଛାଡ କରିବା ପାଇଁ ଦାବି କରୁଛି। ସେହିଭଳି ଚାଷୀମାନେ ସେମାନଙ୍କ ଉତ୍ପାଦିତ ଧାନ ବିକ୍ରି କରିବା ପାଇଁ ଯେଉଁ ଭଳି ସଂଗ୍ରାମ ଚଳାଇଛନ୍ତି, ଏବଂ ରାଜ୍ୟ ସରକାର ତାଙ୍କୁ ଅବହେଳା କରି ଚାଲିଛନ୍ତି, ତାହା ରାଜ୍ୟବାସୀଙ୍କୁ ବାଧିଛି। ଚାଷୀମାନଙ୍କୁ ୮୦୦ଟଙ୍କା ଅଧିକ ଦେବାକୁ ଦେଇ ଚାଷୀମାନଙ୍କ ମନକୁ ମୋହି ଭୋଟ ହାତେଇଲା ପରେ ଏବେ କଟନୀ ଛଟନୀ ଚାଷୀମାନଙ୍କ ମନରେ କଷ୍ଟ ଦେଇଛି। ମଣ୍ଡିରୁ ଧାନ ନେବାରେ ଅହେତୁକ ବିଳମ୍ବ, ଚାଷୀ ଟୋକନ ନ ପାଇ ବାର ଦୁଆର ହେବା ଆଦି ବହୁ ସମସ୍ୟା ଚାଷୀମାନଙ୍କ ମୁଣ୍ଡ ବିନ୍ଧାଇଛି। ଏଣୁ ଯଥାଶୀଘ୍ର ଚାଷୀ ସମସ୍ୟାକୁ ଦୂର କରିବା ପାଇଁ ସାମ୍ବାଦିକମନଙ୍କ ଜରିଆରେ ଦାବି କରିଥିଲେ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ଦଳର ବରିଷ୍ଠ ନେତା ବିକାଶ ସାମଲ, ରୂପାଦୀପ୍ତା ମହାପାତ୍ର, ପ୍ରଫୁଲ୍ଲ ଦାସ, ଗୋପାଳ ଚନ୍ଦ୍ର ନାଥ, ଏଲ ମାଣିକପ୍ରଭା, ଚିତ୍ତରଞ୍ଜନ ନାଏକ, ସୁଦୀପ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିବାବେଳେ କଂଗ୍ରେସ ନେତା ବଲବୀର ସିଂହ, ତପନ ପ୍ରଧାନ, ବିନୋଦ ମାଝି, ରାକେଶ ମିଶ୍ର, ବାସୁଦେବ ସାମଲ, ସୁବାସ ସାହୁ, ଭଜନ ଦାସ, ଜଗନ୍ନାଥ ବେହେରା, ହେମନ୍ତ ମହାଳିକ, କସିଦା ଖାନ, ଅଳକା ମହାନ୍ତି, ଅଳକା ମହାପାତ୍ର, ଅରୁପ ସାମଲ, ଜମ୍ବେଶ୍ବର ପଟ୍ଟନାୟକ, ଅଲେଖ ବେହେରା, ଅରୁଣ ଦାସ, କୁମୁଦ ବନ୍ଧୁ ଧର, ସଂଗ୍ରାମ ବେହେରା, ବିଜୟ କୁମାର ନାୟକ, ସଞ୍ଜୟ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ।