- ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇଙ୍କ ପୁଣ୍ୟତିଥିରେ ତାଙ୍କ ଯୋଗଦାନକୁ ସ୍ମରଣ କଲେ କଂଗ୍ରେସ ଅଧ୍ୟକ୍ଷ
- ବିଭୀଷଣ କଥା ମୁଁ କହିନାହିଁ - ଭକ୍ତ ଦାସ
- ନିଶାସକ୍ତ ସ୍ୱାମୀ ମାଡରେ ସ୍ତ୍ରୀ ମୃତ; ସ୍ଵାମୀ ଗିରଫ
- ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨୦୨୫ -୨୬ଖରିଫ୍ ମାର୍କେଟିଂ ଋତୁ ନିମନ୍ତେ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ
- ଦୁଇ ସପ୍ତାହ ମଧ୍ୟରେ ଜିଲ୍ଲା କଂଗ୍ରେସ ସଂଗଠନ ସୃଜନ, ଡିସିସି କର୍ମକର୍ତ୍ତା ଓ ବ୍ଲକ୍ ସଭାପତି ବଛା ହେବେ : କଂଗ୍ରେସ
2025-26 ଆର୍ଥିକ ବର୍ଷ ନିମନ୍ତେ 2 ଲକ୍ଷ 90 ହଜାର କୋଟି ଟଙ୍କାର ବାର୍ଷିକ ବଜେଟ ବିଧାନସଭାରେ ଉପସ୍ଥାପିତ
ଭିତ୍ତିଭୂମି, ନଗର ଉନ୍ନୟନ, କୃଷି ଓ ଜଳସେଚନ, ପୁଞ୍ଜି ନିବେଶ, ବନ୍ଦର ଭିତ୍ତିକ ବିକାଶ, ଶିଳ୍ପାୟନ ଏବଂସାର୍ବଜନୀନ କ୍ରୀଡା ଭଳି କ୍ଷେତ୍ର ଉପରେ ଗୁରୁତ୍ୱ
ଭୁବନେଶ୍ୱର 17 ଫେବୃଆରୀ - ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2025-26 ଆର୍ଥିକ ବର୍ଷ ନିମନ୍ତେ 2 ଲକ୍ଷ 90 ହଜାର କୋଟି ଟଙ୍କାର ବାର୍ଷିକ ବଜେଟ ବିଧାନସଭାରେ ଅନୁମୋଦନ ପାଇଁ ଉପସ୍ଥାପନକରିଛନ୍ତି। ଏହି ଜନକଲ୍ୟାଣକାରୀ ବଜେଟରେ ଭିତ୍ତିଭୂମି, ନଗର ଉନ୍ନୟନ, କୃଷି ଓ ଜଳସେଚନ, ପୁଞ୍ଜି ନିବେଶ, ବନ୍ଦର ଭିତ୍ତିକ ବିକାଶ, ଶିଳ୍ପାୟନ ଏବଂସାର୍ବଜନୀନ କ୍ରୀଡା ଭଳି କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଆରୋପ କରାଯାଇଛି।
କାର୍ଯ୍ୟକ୍ରମ ବ୍ୟୟ ପାଇଁ 1,70,000କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। କାର୍ଯ୍ୟକ୍ରମ ବ୍ୟୟ ମୋଟ ବଜେଟ୍ ଆକାରର 58.62% ରୁ ଅଧିକ ଅଟେ ।
2025-26ରେ ପୁଞ୍ଜି ବ୍ୟୟ ଅଟକଳ 65,012କୋଟି ଟଙ୍କା, ଯାହା କି ଜିଏସଡିପିର 6.11 ପ୍ରତିଶତ। ଓଡ଼ିଶାର ପୁଞ୍ଜି ବ୍ୟୟର ଅନୁପାତ ଦେଶର ସମସ୍ତ ପ୍ରମୁଖ ରାଜ୍ୟ ମଧ୍ୟରେ ସର୍ବାଧିକ।
କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ 37,838 କୋଟି ଟଙ୍କାର ବ୍ୟୟବରାଦ ହୋଇଛି, ଯାହା ପୂର୍ବ ବର୍ଷ ତୁଳନାରେ 12% ଅଧିକଅଟେ ।
ରାଜସ୍ୱ ବଳକା ଜିଏସଡିପିର 3% ହେବ ବୋଲି ଆକଳନ କରାଯାଇଛି; ବିତ୍ତୀୟ ନିଅଣ୍ଟ ଜିଏସଡିପିର 3.2 % ରହିବ ବୋଲି ଆକଳନ କରାଯାଇଛି । ବର୍ଷ ଶେଷ ଋଣ ଭାର ଜିଏସଡିପିର 12.7% ରହିବ ବୋଲି ଆକଳନ କରାଯାଇଛି । ତେଣୁ 2025-26 ବାର୍ଷିକ ବଜେଟ୍ ସମ୍ପୂର୍ଣ୍ଣ ଭାବେ ଏଫଆରବିଏମ ଅଧିନିୟମ ପରିପାଳକ ଅଟେ ।
ବଜେଟରେ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ପାଇଁ 30 କୋଟିଟଙ୍କାବ୍ୟୟବରାଦ କରାଯାଇଛି । ସୁଭଦ୍ରା ସୁରକ୍ଷା ଯୋଜନାପାଇଁ153କୋଟିଟଙ୍କାବ୍ୟୟବରାଦକରାଯାଇଛି । ବକୁଳ ବନ ଉନ୍ନୟନ ପାଇଁ 50 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । କୋଲ୍ଡ ଷ୍ଟୋରେଜ ପାଇଁ 60 କୋଟି ଟଙ୍କା ବ୍ୟୟବରାଦକରାଯାଇଛି।ମଡେଲ ମଣ୍ଡି ପାଇଁ 50 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଅନ୍ତ୍ୟୋଦୟ ଗୃହ ଯୋଜନା ପାଇଁ 2603 କୋଟିଟଙ୍କାବ୍ୟୟବରାଦକରାଯାଇଛି।