BIG NEWS
ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଅସୁସ୍ଥ, ଏମ୍ସରେ ଭର୍ତ୍ତି

ଫେବୃଆରୀ ୧୮ରୁ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବାର୍ଷିକ ପରୀକ୍ଷା ଆରମ୍ଭ

FMNEWS.IN 15-02-2025
Annual examinations for Class 2 Arts, Science, Commerce and Vocational Education begin from February 18

ଜୟପୁର, 15 ଫେବ୍ରୁଆରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବାର୍ଷିକ ପରୀକ୍ଷା ଆଗାମୀ ଫେବୃଆରୀ ୧୮ ତାରିଖରୁ ଆରମ୍ଭ ହେଉଅଛି । ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ ଅଧୀନସ୍ଥ ଆଠଟି ଜିଲ୍ଲାରେ ମୋଟ ୪୭ଟି ପରୀକ୍ଷା ପରିଚାଳନା ହବ୍ ଓ ୨୫୪ଟି ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି । ସେଥିମଧ୍ୟରୁ ଅବିଭକ୍ତ କୋରାପୁଟ ଜିଲାର ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡାଜିଲାରେ ମୋଟ ୧୯ଟି ହବ ରହିଥିବା ବେଳେ ୧୦୯ଟି ପରୀକ୍ଷା କେନ୍ଦ୍ର ରହିଛି । ଫେବୃଆରୀ ୧୨ରୁ ୧୪ ତାରିଖ ମଧ୍ୟରେ ୧୯ଟି ଯାକ ପରୀକ୍ଷା ପରିଚାଳନା ହବ୍ କଣ୍ଟ୍ରୋଲ୍ ରୁମରେ ପ୍ରଶ୍ନପତ୍ର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପହଞ୍ଚାଇ ଦିଆଯିବ । ହବ୍ ମାନଙ୍କରେ ଚବିଶ ଘଣ୍ଟା ସିସି କ୍ୟାମେରାର ବ୍ୟବସ୍ଥା କରାଯିବା ସହ ସଶସ୍ତ୍ର ପୋଲିସ୍ ବାହିନୀ ମୁତୟନ କରାଯାଇଛି । ପରୀକ୍ଷାକୁ ସଂପୂର୍ଣ୍ଣ ଶୃଙ୍ଖଳିତ, ସ୍ୱଚ୍ଛ ଓ କପିମୁକ୍ତ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପାଞ୍ଚସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଭିନ୍ନ ପରୀକ୍ଷା ପରିଚାଳନା ହବ୍ ପକ୍ଷରୁ ପ୍ରେରିତ ପର୍ଯ୍ୟବେକ୍ଷକଙ୍କୁ ନେଇ ପର୍ଯ୍ୟବେକ୍ଷକ ସ୍ତରୀୟ ସ୍କ୍ୱାଡ୍, ଜିଲ୍ଲାସ୍ତରୀୟ ସ୍କ୍ୱାଡ୍, ପ୍ରାଶାସନିକ ଅଧିକାରୀ ସ୍ତରୀୟ ସ୍କ୍ୱାଡ୍, ବ୍ରହ୍ମପୁର ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଜୋନାଲ୍ ସ୍ତରୀୟ ସ୍କ୍ୱାଡ୍ ଓ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ରୀୟ ସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା କରାଯିବା ସଂଗେ ସଂଗେ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ଜିଲ୍ଲା ପ୍ରଶାସନର ଜଣେ ଜଣେ ଅଧିକାରୀ ପ୍ରଶ୍ନପତ୍ର ଖୋଲାଯିବା ଓ ଉତ୍ତରପତ୍ର ପ୍ୟାକେଟ୍ ସିଲ୍ ହେବା ସମୟରେ ଉପସ୍ଥିତ ରହି ସ୍ୱଚ୍ଛ, ଶୃଙ୍ଖଳିତ ଓ କପିମୁକ୍ତ ପରୀକ୍ଷା ସୁନିଶ୍ଚିତ କରିବା ସହ ସଂପୂର୍ଣ୍ଣ ପରୀକ୍ଷା ବ୍ୟବସ୍ଥାର ତଦାରଖ କରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି ।

ଚଳିତ ବର୍ଷ କୋରାପୁଟ ଜିଲ୍ଲାରେ ମୋଟ ୬ଟି ପରୀକ୍ଷା ପରିଚାଳନା ହବ୍ ସ୍ଥାପନ କରାଯାଉଥିବା ବେଳେ ୩୧ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୧ ହଜାର ୬୦୨ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ସ୍ରୋତରେ ପରୀକ୍ଷା ଦେବେ । କଳା ସ୍ରୋତରେ ୬ ହଜାର ୫୭୭ ଜଣ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୬ ହଜାର ୩୨ ଜଣ ଏବଂ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୭୫୬ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ବିଜ୍ଞାନ ସ୍ରୋତରେ ୩ ହଜାର ୩୧୩ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୩ ହଜାର ୧୦୬ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି କ୍ଷ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ରୂପେ ୫୩୦ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ବାଣିଜ୍ୟ ସ୍ରୋତରେ ୯୭୯ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୮୪୨ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି । ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୯୧ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ଧନ୍ଦାମୂଳକ ଶିକ୍ଷାରେ ୨୧୪ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୧୯୨ ଜଣ ପରୀକ୍ଷାର୍ଥୀ ଓ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୫୩ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ମାଲକାନଗିରି ଜିଲ୍ଲାରେ ୪ଟି ପରୀକ୍ଷା ପରିଚାଳନା ହବ୍ ଓ ୨୨ଟି ପରୀକ୍ଷା କେନ୍ଦ୍ର ସ୍ଥାପିତ ହୋଇଛି । ଏହି ଜିଲ୍ଲାରେ ଚଳିତ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟ ସ୍ରୋତରେ ମୋଟ ୫ ହଜାର ୫୮୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । କଳା ସ୍ରୋତରେ ୪ ହଜାର ୦୮୫ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୩ ହଜାର ୪୫୩ ରେଗୁଲାର୍ ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ରୂପେ ୪୪୩ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୧୧୬୨ଜଣ ପରୀକ୍ଷାର୍ଥୀ ରେଗୁଲାର୍ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୧୭୫ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ବାଣିଜ୍ୟ ସ୍ରୋତରେ ୩୭୮ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୩୩୧ ଜଣ ରେଗୁଲାର୍ ଓ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୨୨ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ଧନ୍ଦାମୂଳକ ଶିକ୍ଷାରେ ଜଣେ ଛାତ୍ର ପଞ୍ଜିକରଣ କରିଥିବା ବେଳେ ସେହି ଜଣେ ମାତ୍ର ଛାତ୍ର ଫର୍ମ ପୂରଣ କରିଛନ୍ତି । ନବରଙ୍ଗପୁର ଜିଲ୍ଲାରେ ୪ଟି ପରୀକ୍ଷା ପରିଚାଳନା ହବ୍ ଓ ୩୦ଟି ପରୀକ୍ଷା କେନ୍ଦ୍ର ଖୋଲାଯାଇଛି । ଏହି ଜିଲ୍ଳାରେ ଚଳିତ ବର୍ଷ ମୋଟ ୮ ହଜାର ୧୧୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । କଳା ସ୍ରୋତରେ ୫ ହଜାର ୩୮୬ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୪ ହଜାର ୭୪୬ ଜଣ ରେଗୁଲାର୍ ଓ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୬୬୩ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି କ୍ଷ ବିଜ୍ଞାନ ସ୍ରୋତରେ ୨ ହଜାର ୧୯୮ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୨ ହଜାର ୯ ଜଣ ରେଗୁଲାର୍ ଓ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୨୮୮ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ବାଣିଜ୍ୟ ସ୍ରୋତରେ ୪୨୯ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୩୪୦ ଜଣ ରେଗୁଲାର୍ ଓ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୬୯ ଜଣ ଛାତ୍ରଛାତ୍ରୀଫର୍ମ ପୂରଣ କରିଛନ୍ତି । ରାୟଗଡ଼ା ଜିଲ୍ଲାରେ ୫ଟି ପରୀକ୍ଷାପରିଚାଳନା ହବ୍ ଓ ୨୬ଟି ପରୀକ୍ଷା କେନ୍ଦ୍ର ସ୍ଥାପନକରାଯାଇଛି । ଏହି ଜିଲ୍ଲାରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ମୋଟ ୮ ହଜାର ୫୨ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ପରୀକ୍ଷା ଦେବେ । ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୪ ହଜାର ୨୯୧ ଜଣ ରେଗୁଲାର୍ ଓ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୩୯୩ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ବିଜ୍ଞାନ ସ୍ରୋତରେ ୨ ହଜାର ୩୧୫ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୨ ହଜାର ୧୮୦ ଜଣ ରେଗୁଲାର୍ ଓ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୩୧୯ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ବାଣିଜ୍ୟ ସ୍ରୋତରେ ୭୮୯ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୬୯୮ ଜଣ ରେଗୁଲାର୍ ଓ ଏକ୍ସରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୬୩ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ଧନ୍ଦାମୂଳକ ଶିକ୍ଷା ନିମନ୍ତେ ୧୨୪ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୯୫ ଜଣ ରେଗୁଲାର୍ ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ରୂପେ ୨୯ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ଗତବର୍ଷ ଠାରୁ ଅନ୍ୟୂନ ଦୁଇ ସପ୍ତାହ ପୂର୍ବରୁ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ସ୍ରୋତ ସମୂହର ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେଉଅଛି ।