- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ପାଟଣାଗଡ଼ ପାର୍ସଲବୋମା ଘଟଣାରେ ଅରୁଣ ବୋଥ୍ରାଙ୍କ ସାକ୍ଷ ପ୍ରଦାନ
ବଲାଙ୍ଗିର: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲବୋମା ଘଟଣାର କେସ୍ କୋର୍ଟରେ ଚାଲିଥିବା ବେଳେ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଇଥିବା ପୁଞ୍ଜିଲାଲ ମେହେରଙ୍କୁ ବଲାଙ୍ଗିର ଜେଲରେ ରଖାଯାଇଛି । କେସ୍ର ପୂର୍ବରୁ ୫୯ ଜଣ ସାକ୍ଷୀଙ୍କ ସାକ୍ଷ ଗ୍ରହଣ ସରିଯାଇଥିବା ବେଳେ ଗତ ସେପ୍ଟେମ୍ବର ୩ ତାରିଖରେ ପାଟଣାଗଡ଼ କୋର୍ଟରେ ସାକ୍ଷ ପ୍ରଦାନ କରିଥିଲେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା । ତାଙ୍କର ସାକ୍ଷ ପ୍ରଦାନ କରିଥିବା ବେଳେ ପ୍ରତିପକ୍ଷ ପୁଞ୍ଜିଲାଲଙ୍କ ଓକିଲ ପ୍ରମୋଦ ମିଶ୍ର ସମୟ ଅଭାବରୁ ଅରୁଣ ବୋଥ୍ରାଙ୍କୁ ଜେରା କରିପାରିନଥିବା ମାନ୍ୟବର କୋର୍ଟଙ୍କୁ ଜଣାଇବା ପରେ ମାନ୍ୟବର କୋର୍ଟ ଦ୍ଵିତୀୟ ଥର ପାଇଁ ଅରୁଣ ବୋଥ୍ରାଙ୍କୁ ସାକ୍ଷ ପ୍ରଦାନ ପାଇଁ ନୋଟିସ କରିଥିଲେ । ଆଜି କୋର୍ଟରେ ବମ୍ ତିଆରି କରିଥିବା ଡେମୋଗ୍ରାଫିର ଭିଡିଓ ପ୍ରଦର୍ଶନ କରାଯିବା ପରେ ମାନ୍ୟବର କୋର୍ଟ ଅରୁଣ ବୋଥ୍ରାଙ୍କ ସାକ୍ଷ ଗ୍ରହଣ କରିଥିଲେ । ଗତ ୨୩/୨/୨୦୧୮ରେ ଲୋମହର୍ଷଣକାରୀ ପାର୍ସଲ ବୋମା ଘଟଣା ଘଟିଥିବା ବେଳେ ଘଟଣାରେ ସୌମ୍ୟଶେଖର ଓ ତାଙ୍କ ଜେଜେମା ଜେମାମଣିଙ୍କ ମୃତ୍ୟୁ ଘଟିଥିଲା ଓ ସୌମ୍ୟଶେଖରଙ୍କ ସ୍ତ୍ରୀ ରିମାରାଣୀ ଗୁରୁତର ଆଘାତ ପାଇଥିଲେ