- ସାତଦିନରେ ଦୃର୍ବୁତ୍ତ ଧାରା ନ ପଡ଼ିଲେ ଡିଜିପି ଅଫିସ ଘେରାଉ : ଭକ୍ତ ଚରଣ ଦାସ
- ବିବାଦୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଇସ୍ତଫା ଦାବୀ କଲା କଂଗ୍ରେସ
- ମୁଖ୍ୟମନ୍ତ୍ରୀଙ୍କ ସଭାରେ ସାମ୍ବାଦିକଙ୍କୁ ମାଡ଼ରୁ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଅନୁମେୟ: ଭକ୍ତ ଦାସ୍
- ଟ୍ରମ୍ପଙ୍କ ୨୫ ପ୍ରତିଶତ ଟାରିଫ୍ ଭାରତର ଜିଡିପି ଉପରେ ନକାରାତ୍ମକ ପ୍ରଭାବ ପକାଇବ: ବିଶେଷଜ୍ଞ
- ଟ୍ରମ୍ପଙ୍କ ଭାରତ ଉପରେ ୨୫% ଟାରିଫ ଲାଗୁକୁ ନେଇ କଂଗ୍ରେସର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ
ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ପ୍ରାୟତଃ ସରିଛି - ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ, ୧୨ ଅପ୍ରେଲ- ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ପ୍ରାୟତଃ ସରିଛି । ସେହିପରି ବାହାର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ମଧ୍ୟ ପ୍ରାୟତଃ ସରିବା ଉପରେ ରହିଛି । ମହାପ୍ରଭୁଙ୍କ ଆଗାମୀ ରଥଯାତ୍ରା ପୂର୍ବରୁ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ରତ୍ନଭଣ୍ଡାର ମରାମତି କାମ ଶେଷ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. ଅରବିନ୍ଦ ପାଢୀ । ମହାପ୍ରଭୁଙ୍କ ଇଚ୍ଛା ଅନୁସାରେ ସମସ୍ତ କାର୍ଯ୍ୟ ଶ୍ରୀଘ୍ର ସମ୍ପନ୍ନ ହେବ ବୋଲି ସେ କହିଛନ୍ତି । ଡଃ. ଅରବିନ୍ଦ ପାଢୀ ଏଏସଆଇ ଅଧିକାରୀ ମାନଙ୍କ ସହିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟର ସମୀକ୍ଷା ପରେ ଟ୍ୱିଟ୍ କରି ଏହା କହିଛନ୍ତି ।
ଏହି ଟ୍ୱିଟ୍ ରେ ସେ କହିଛନ୍ତି ଯେ, ଭିତର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ପ୍ରାୟତଃ ସରି ଆସିଲାଣି । କେବଳ ଚଟାଣ ନବୀକରଣ କାର୍ଯ୍ୟ ବାକି ରହିଛି । ୫ଟି ଏସଏସ ବକ୍ସ ବିମ୍ ର ସଠିକ୍ ସ୍ଥାପନ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି । ରତ୍ନଭଣ୍ଡାର ଭିତରେ ଥିବା ପୁରୁଣା ଲୁହା ବିମ୍ କୁ କାଢି ୫ଟି ନୂଆ ଷ୍ଟେନଲେସ ଷ୍ଟିଲ୍ ବକ୍ସ ବିମ୍ ଦିଆଯାଇଛି । ସେହିପରି ବାହାର ରତ୍ନଭଣ୍ଡାରର କାମ ମଧ୍ୟ ସରି ଆସିଲାଣି । ଏହି କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପୂର୍ଣ୍ଣ ସହଯୋଗ ଯୋଗାଉଛି । ବାହାର ରତ୍ନଭଣ୍ଡାରରେ ପୁରୁଣା ଭଙ୍ଗା ପଥର ଗୁଡିକୁ କାଢ଼ି ମରାମତି କରାଯାଉଛି । ଆବଶ୍ୟକ ସ୍ଥଳେ ନୂତନ ପଥର ଲଗାଯାଉଛି । ଜଗମୋହନ ଓ ରତ୍ନଭଣ୍ଡାର ମଧ୍ୟସ୍ଥଳରୁ ପ୍ଲାଷ୍ଟର ଛଡାଯାଉଛି । ଏହି ସ୍ଥାନରେ ଫାଟି ଯାଇଥିବା ପଥର ସ୍ଥାନରେ ନୂତନ ପଥର ମଧ୍ୟ ଲାଗୁଛି । ଆମେ ଆଶା କରୁଛୁ ମହାପ୍ରଭୁଙ୍କ ଆଗାମୀ ରଥଯାତ୍ରା ପୂର୍ବରୁ ସମସ୍ତ କାର୍ଯ୍ୟ ସଫଳତାର ସହିତ ଶେଷ ହେବ।