- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ମହିଳା ଶିଶୁଙ୍କ ପ୍ରତି ଅତ୍ୟାଚାରକୁ ନେଇ ବିଧାନସଭା ଷ୍ଟାଣ୍ଡିଂ କମିଟିର ଉଦବେଗ
ଭୁବନେଶ୍ୱର:- ମହିଳା ଶିଶୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ବିଧାନସଭା ଷ୍ଟାଣ୍ଡିଂ କମିଟି ଉଦବେଗ ପ୍ରକାଶ କରିଛନ୍ତି । ବୁଧବାର ଅନୁଷ୍ଠିତ ବୈଠକରେ ଗୃହ ବିଭାଗ ସହିତ ଆଲେଚନା ହୋଇଛି । ଗୃହ ବିଭାଗ ବି ମାମଲା ବଢିଥିବା ସ୍ୱୀକାର କରିଛି । ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି କମିଟି ଆଗରେ ଗୃହ ବିଭାଗ ପ୍ରତିଶ୍ରୁତି ଦେଇଥିବା ପ୍ରମିଳା ମଲ୍ଲିକ କହିଛନ୍ତି । ବିଜେପି ବିଧାୟିକା ସୀମାରାଣି ନାଏକ କହିଛନ୍ତି ଶିଶୁ ଶ୍ରମିକ ଏବଂ ଭିକାରୀ ସଂଖ୍ୟା ଅଧିକ ରହିଛି। ତାଙ୍କୁ ଉଦ୍ଧାର କରାଯିବ। ଇ - ଏଫଆଇଆର ଉପରେ ସଚେତନତା କରିବା ପାଇଁ ଗୃହ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । କମିଟିର ସମସ୍ତ ସଦସ୍ୟ ଆଲୋଚନା କରିଛନ୍ତି । ଆସନ୍ତା ୧୮ ତାରିଖରେ କମିଟି କ୍ଷେତ୍ର ପରିଦର୍ଶନ କରିବ। ଫାଷ୍ଟ ଟ୍ରାକ ମୋଡରେ ଦଣ୍ଡ ବିଧାନ କରାଯାଉ । ପୋଲିସର ଢିଲାପଣ ପାଇଁ ମହିଳା ଓ ଶିଶୁଙ୍କ ଉପରେ ନିର୍ଯାତନା ବଢୁଛି। ଲୋକଙ୍କ ଭିତରେ ଭୟ ନାହିଁ । ତେଣୁ ନିକଟରେ ଘଟିଥିବା ଘଟଣା ହିନ୍ଦୋଳ ଏବଂ ତାଳଚେର ମାମଲାରେ ତୁରନ୍ତ ଚାର୍ଜସିଟ୍ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିରଦୋସ।