- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଫେବୃୟାରୀ ସୁଦ୍ଧା ସାଢ଼େ ୩ କୋଟି ଲୋକଙ୍କୁ ଆୟୁଷ୍ମାନ କାର୍ଡ, ଓଡ଼ିଶା ହେବ ଯକ୍ଷ୍ମା ମୁକ୍ତ - ସ୍ୱାସ୍ଥ୍ୟମନ୍ତ୍ରୀ
ବଲାଙ୍ଗୀର ଚଳିତ ବର୍ଷ ଫେବୃୟାରୀ ମାସ ଶେଷ ସୁଦ୍ଧା ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ କାର୍ଡ ପ୍ରଦାନ କରାଯାଇ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ। ଏଥିସହିତ ଡିସେମ୍ବର ଶେଷସୁଦ୍ଧା ରାଜ୍ୟକୁ ଯକ୍ଷ୍ମାମୁକ୍ତ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସଭାଗୃହରେ ଆୟୋଜିତ ରୋଗୀ କଲ୍ୟାଣ ସମିତି ବୈଠକରେ ସୂଚନା ଦେଇଛନ୍ତି। ଲୋଇସିଂହା ହସ୍ପିଟାଲକୁ ଏକ ମଡେଲ ଡାକ୍ତରଖାନାରେ ପରିଣତ କରାଯିବା ସହିତ ଖୁବଶୀଘ୍ର ଏଠାରେ ୪ଟି ବେଡ୍ ବିଶିଷ୍ଟ ଡାଏଲିସିସ ସେଂଟର୍ ସ୍ଥାପନ କରାଯାଇ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଓ ରେଡ଼ିଓଗ୍ରାଫର ନିଯୁକ୍ତି ହେବେ। ଏଥିସହିତ ଏହି ଡାକ୍ତରଖାନାରେ ଏକ୍ସରେ ଓ ଅଲଟ୍ରା ସାଉଣ୍ଡ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି। ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରଭାତ ମହାପାତ୍ର, ଲୋଇସିଂହା ହସ୍ପିଟାଲ ଇନଚାର୍ଜ ଡ. ଶେଖରଲାଲ ପଧାନ, ବିଡ଼ିଓ ଅକ୍ଷୟ ପାଣି ଉଡ଼ୁ, ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।