- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ଭକ୍ତ ଦାସ ପିସିସି ସଭାପତି ନିଯୁକ୍ତ
ଭୁବନେଶ୍ୱର, 11 ଫେବ୍ରୁଆରି- ଭକ୍ତ ଦାସ ପିସିସି ସଭାପତି ନିଯୁକ୍ତ । ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡଗେ ତୁରନ୍ତ ଭକ୍ତ ଚରଣ ଦାସଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭାବେ ନିଯୁକ୍ତ କରିଛନ୍ତି। ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଆଜି ଏ ସଂକ୍ରାନ୍ତରେ ଏକ ପ୍ରେସ୍ ବିବୃତି ଜାରି କରିଛନ୍ତି।ଶରତ ପଟ୍ଟନାୟକଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା ପଦବୀ ।
Bhakta Charan Das is new PCC President,Odisha. pic.twitter.com/sMAdQs4Yo1
Jagada N Pradhan (@JagadaPradhan) February 11, 2025
ପିସିସି ସଭାପତି ଭାବେ ନିଯୁକ୍ତ ହେବା ପରେ ସେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଓଡ଼ିଶାରେ କଂଗ୍ରେସ ତିଆରି କରିବାକୁ ମୋର ବହୁତ ଦିନରୁ ଇଚ୍ଛା ଥିଲା । ପାର୍ଟି ମୋତେ ବିଶ୍ୱାସ କରିଛି । ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧି ଓ ମଲ୍ଲିକାର୍ଜୁନ ଖଡଗେଙ୍କ ଅଟଳ ବିଶ୍ୱାସ ଯୋଗୁ ଆଜି ଏହି ନିଷ୍ପତି ହୋଇଛି ।
ସେମାନଙ୍କୁ ମୁଁ କୃତଜ୍ଞତା ଜଣାଉଛି । ସମସ୍ତ କଂଗ୍ରେସଜନଙ୍କ ସହଯୋଗ ଆଶୀର୍ବାଦ ପାଇଁ ଆଜି ଏଭଳି ନିଷ୍ପତି ହୋଇଛି । ସମସ୍ତଙ୍କୁ ନେଇ କାମ କରିବାକୁ ମୁଁ କଠିନ ପରିଶ୍ରମ କରିବି । ସମସ୍ତଙ୍କ ସମ୍ମାନର ସୁରକ୍ଷା କରିବା ମୋ କର୍ତ୍ତବ୍ୟ । କଂଗ୍ରେସ ତିଆରି କରିବା କର୍ତ୍ତବ୍ୟ ବୋଲି ଭକ୍ତ ଦାସ କହିଛନ୍ତି । ପ୍ରତି ଚ୍ୟାଲେଂଜକୁ ଆମେ ବିଚାର କରି ଉଚିତ ପଦକ୍ଷେପ ନେବୁ ।
ଗାନ୍ଧିବାଦୀ ଚରିତ୍ରରେ, ଶାନ୍ତିପୂର୍ଣ୍ଣ ଭାବେ, ଅହିଂସାତ୍ମକ ବିଚାରଧାରାରେ ବ୍ୟାପକ ସଙ୍ଗଠନାତ୍ମକ କାର୍ଯ୍ୟକ୍ରମ ହେବ । ପ୍ରତ୍ୟେକ ସମସ୍ୟାକୁ ନେଇ ଆଗାମୀ ଦିନରେ କଂଗ୍ରେସ ତିଆରି କରାଯିବ ।