- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ବିଜୁ ବାବୁ ସବୁବେଳେ ଓଡ଼ିଆଙ୍କ ହୃଦୟରେ ରହିବେ- ନବୀନ ପଟ୍ଟନାୟକ
ଭୁବନେଶ୍ୱର, 5 ମାର୍ଚ୍ଚ- ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ରାଜ୍ୟବାସୀଙ୍କ ସଂବୋଧନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଓଡିଶା ବାସୀଙ୍କ ପ୍ରିୟ ନେତାଙ୍କ ଜୟନ୍ତୀ ଅବସରରେ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ବିଜୁ ବାବୁ, ଏ ଦୁଇଟି ଶବଦ ଶୁଣିଲେ ଓଡ଼ିଆ ଛାତି ଫୁଲି ଉଠେ। ସାହସ ଆସେ। ଦୁର୍ଭାଗ୍ୟ ଜନକ ଯେ ବିଜେପି ଶାସନ୍ କୁ ଆସିବା ପରେ କ୍ରୀଡା ସମ୍ମାନ ନାଁ ବଦଳାଇ ବାକୁ ଚେଷ୍ଟା କଲେ। ଏବେ ସେମାନେ ବିମାନ ବନ୍ଦର ନାଁ ବଦଳାଇ ବାକୁ ଚେଷ୍ଟା କରୁଛନ୍ତି। ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଲେ, ହେଲେ ଦୋଷୀ ଧରାପଡ଼ିଲା ନି। 1993ରୁ ବିଜୁ ଜୟନ୍ତୀ ପଞ୍ଚାୟତିରାଜ ଦିବସ ପାଳନ କରାଯାଉଛି। କିନ୍ତୁ ଆପଣ ନାଁ ବଦଳାଇ ପାରନ୍ତି, କିନ୍ତୁ ଲୋକଙ୍କ ହୃଦୟରେ ଥିବା ଭଲ ପାଇବା ବଦଳାଇ ପାରିବେ ନାହିଁ।ମୁଁ ପଚାରିବାକୁ ଚାହେଁ ବିଜେପି ସରକାରକୁ, ଆପଣ ପାରାଦୀପ ବନ୍ଦର, ହାଲ୍, ଏନଟିପିସି ତାଳଚେର , ରାଉରକେଲା ନିଟ ବନ୍ଦ କରିପାରିବେ ? ସେ ଜଣେ ସ୍ଵାଧୀନତା ସଂଗ୍ରାମୀ ଥିଲେ। ଆପଣ କଣ ତାଙ୍କ ଲିଗାସୀକରିପାରିବେ। ଏହା ଅପରିପକ୍ୱ ରାଜନୀତି ଅଟେ । କ୍ଷୁଦ୍ର ମନୋଭାବକୁ ପ୍ରକାଶ କରୁଛି। ସେ ପଦ ପଦବୀ ପାଇଁ ରାଜନୀତିକୁ ଆସିନଥିଲେ। ସେବା ପାଇଁ ଆସିଥିଲେ। ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମ ହେଉ ବା ୟୁନେସ୍କୋକଳିଙ୍ଗ ଆୱାର୍ଡକଥା ହେଉ ଓଡ଼ିଶାକୁ ନୂଆ ଉଚ୍ଚତାକୁ ନେଇଥିଲେ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିଥିଲେ। ମହିଳାଙ୍କ ପାଇଁ 33 ପ୍ରତିଶତ ସଂରକ୍ଷଣ କରିଥିଲେ। ସରପଞ୍ଚଙ୍କୁ ପଞ୍ଚାୟତର ମୁଖ୍ୟମନ୍ତ୍ରୀ କହୁଥିଲେ। ତାଙ୍କ ଅବଦାନକୁ ଅଣଦେଖା କରାଯାଇ ପାରିବନାହିଁ। ଇତିହାସକୁ ବଦଳାଇବାକୁ କିଛି ବ୍ୟକ୍ତି ଚେଷ୍ଟା କରୁଛନ୍ତି। ଲୋକେ ଜାବାବ ଦେବେ। ଇତିହାସ ହେଉଛି ସମୟର ଖୋଲା ବହି। ତାଙ୍କର ଗୌରବମୟ ଲିଗାସୀକୁ ପରିବର୍ତ୍ତନ କରିପାରିବନାହିଁ । ସରକାର ଆସିବ ଯିବ, କିନ୍ତୁ ବିଜୁ ବାବୁ ସବୁବେଳେ ଓଡ଼ିଆ ଙ୍କ ହୃଦୟରେ ରହିବେ। ଓଡ଼ିଆ ତାଙ୍କ ପାଇଁ ଗର୍ବିତ ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।