- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
୧୮ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେଡି
ଭୁବନେଶ୍ୱର, 15 ଏପ୍ରିଲ୍ - ୧୮ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛି ବିଜେଡି। ବିଜେଡି ସାଂଗଠନିକ ନିର୍ବାଚନରେ ୧୮ ଜିଲ୍ଲା ପାଇଁ ଜଣେ ଲେଖାଏଁ ନାମାଙ୍କନ ଭରିଥିବାରୁ ସମସ୍ତେ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ଏନେଇ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଅନୁଗୁଳ ଜିଲ୍ଲା ପାଇଁ ବ୍ରଜ କିଶୋର ପ୍ରଧାନ ବିଜେଡି ସଭାପତି ହୋଇଛନ୍ତି। ସେହିପରି ବରଗଡ-ସୁଶାନ୍ତ କୁମାର ମହାପାତ୍ର, ଭଦ୍ରକ-ଜଗନ୍ନାଥ ସ୍ୱାଇଁ , ବୌଦ୍ଧ- ପ୍ରଦୀପ ଅମାତ, ଦେବଗଡ- ରୋମାଂଚ ରଞ୍ଜନ ବିଶ୍ୱାଳ,ଗଜପତି-ପ୍ରଦୀପ ନାୟକ, ଜଗତସିଂହପୁର-ପ୍ରଶାନ୍ତ ମୁଦୁଲି , ଯାଜପୁର - ସରୋଜ କୁମାର ମହାପାତ୍ର, ଝାରସୁଗୁଡା - ହରିଶ ଗଂତ୍ରା, କନ୍ଧମାଳ- ପଦ୍ମନାଭ ବେହେରା,ମାଲକାନଗିରି - ମାନସ ମାଡକାମୀ,ମୟୂରଭଞ୍ଜ ୧ - ସୁଦାମ ମାରାଣ୍ଡି, ନବରଙ୍ଗପୁର - ମନୋହର ରନ୍ଧାରୀ , ନୟାଗଡ଼ - ରମେଶ ବେହେରା, ନୂଆପଡା - ଅବନୀ ରଞ୍ଜନ ଯୋଶୀ , ପୁରୀ- ଉମାକାନ୍ତ ସାମନ୍ତରାୟ , ସୁବର୍ଣ୍ଣପୁର - ସରୋଜ କୁମାର କମ୍ପା ଓ ସୁନ୍ଦରଗଡ଼ - ଯୋଗେଶ କୁମାର ସିଂ ସଭାପତି ହୋଇଛନ୍ତି।