Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଅର୍ଦ୍ଧନିଦ୍ରା ଅବସ୍ଥାରେ ଅଛି ବିଜେଡି- ଯୋଗାଣ ମନ୍ତ୍ରୀ
FMNEWS.IN
03-01-2025
ଭୁବନେଶ୍ୱର, 3 ଜାନୁଆରି :- ଦରଦାମ୍ ବୃଦ୍ଧି ପ୍ରତିବାଦରେ ଆସନ୍ତା 6 ତାରିଖରେ ବିଜେଡି ରାଜରାସ୍ତାକୁ ଓହ୍ଲାଇବା ପ୍ରସଙ୍ଗରେ ଜବାବ ରଖିଛନ୍ତି ଯୋଗଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ସେ କହିଛନ୍ତି ଗତ 24 ବର୍ଷ ଭିତରେ ବିଜେଡି କେବେ ବୁଲିନଥିଲେ କି ଲୋକଙ୍କ ପାଖକୁ ଯାଇନଥିଲେ। ନୂଆ ନୂଆ ଅଭ୍ୟାସ କରନ୍ତୁ। ଆମ ସରକାର ଲୋକଙ୍କର। ଆମେ ଆସିବା ପରେ ଗୋଟେ ଗୋଟେ ବଡ଼ ପଦକ୍ଷେପ ନେଇଛନ୍ତି। ସେମାନେ ଭାବୁଛନ୍ତି ରାତି ଅଧରେ ଶିକା ଛିଡ଼ିଯିବ ।ସେଥିପାଇଁ ବେଶି ବ୍ୟସ୍ତ ହୋଇପାରିଛନ୍ତି। ତେଣୁ ବିରୋଧୀଦଳ ହିସାବରେ ସେମାନେ ଆନ୍ଦୋଳନ କରିବା କଥା। ଏବେ ସେମାନେ ବୁଲନ୍ତୁ। ତାଙ୍କ ସମୟରେ ଦରଦାମ୍ ବି କମ ନଥିଲା। ସେମାନଙ୍କ ସମୟରେ ଆଳୁ ପିଆଜ ପ୍ରଡକ୍ସନ ନଥିଲା। ଆମେ ଚାହୁଁଚୁ ଦରଦାମ୍ କମାଇବା ପାଇଁ। ଆମେ ପ୍ରଡକ୍ସନ ଉପରେ ଧ୍ୟାନ ଦେଉଛୁ। ବିଜେଡି ଅର୍ଦ୍ଧନିଦ୍ରା ଅବସ୍ଥାରେ ଅଛନ୍ତି । କେବଳ ଲୋକପ୍ରିୟତା ହାତେଇବାପାଇଁ ଲୋକଙ୍କ ପାଖକୁ ଯିବାର ନାଟକ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।