Breaking News
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ଅର୍ଦ୍ଧନିଦ୍ରା ଅବସ୍ଥାରେ ଅଛି ବିଜେଡି- ଯୋଗାଣ ମନ୍ତ୍ରୀ
FMNEWS.IN
03-01-2025
ଭୁବନେଶ୍ୱର, 3 ଜାନୁଆରି :- ଦରଦାମ୍ ବୃଦ୍ଧି ପ୍ରତିବାଦରେ ଆସନ୍ତା 6 ତାରିଖରେ ବିଜେଡି ରାଜରାସ୍ତାକୁ ଓହ୍ଲାଇବା ପ୍ରସଙ୍ଗରେ ଜବାବ ରଖିଛନ୍ତି ଯୋଗଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ସେ କହିଛନ୍ତି ଗତ 24 ବର୍ଷ ଭିତରେ ବିଜେଡି କେବେ ବୁଲିନଥିଲେ କି ଲୋକଙ୍କ ପାଖକୁ ଯାଇନଥିଲେ। ନୂଆ ନୂଆ ଅଭ୍ୟାସ କରନ୍ତୁ। ଆମ ସରକାର ଲୋକଙ୍କର। ଆମେ ଆସିବା ପରେ ଗୋଟେ ଗୋଟେ ବଡ଼ ପଦକ୍ଷେପ ନେଇଛନ୍ତି। ସେମାନେ ଭାବୁଛନ୍ତି ରାତି ଅଧରେ ଶିକା ଛିଡ଼ିଯିବ ।ସେଥିପାଇଁ ବେଶି ବ୍ୟସ୍ତ ହୋଇପାରିଛନ୍ତି। ତେଣୁ ବିରୋଧୀଦଳ ହିସାବରେ ସେମାନେ ଆନ୍ଦୋଳନ କରିବା କଥା। ଏବେ ସେମାନେ ବୁଲନ୍ତୁ। ତାଙ୍କ ସମୟରେ ଦରଦାମ୍ ବି କମ ନଥିଲା। ସେମାନଙ୍କ ସମୟରେ ଆଳୁ ପିଆଜ ପ୍ରଡକ୍ସନ ନଥିଲା। ଆମେ ଚାହୁଁଚୁ ଦରଦାମ୍ କମାଇବା ପାଇଁ। ଆମେ ପ୍ରଡକ୍ସନ ଉପରେ ଧ୍ୟାନ ଦେଉଛୁ। ବିଜେଡି ଅର୍ଦ୍ଧନିଦ୍ରା ଅବସ୍ଥାରେ ଅଛନ୍ତି । କେବଳ ଲୋକପ୍ରିୟତା ହାତେଇବାପାଇଁ ଲୋକଙ୍କ ପାଖକୁ ଯିବାର ନାଟକ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।