- ଉପରାଷ୍ଟ୍ରପତି ନିର୍ବାଚନ: ଏନଡିଏର ସଂଖ୍ୟା, ଅସନ୍ତୋଷ ଓ ବିବେକର ପରୀକ୍ଷା
- ସରକାର ଆଉ କେତେଦିନ ନେତୃତ୍ବର ଭ୍ରୂଣହତ୍ୟା କରୁଥିବେ: ଭକ୍ତ
- ଉପରାଷ୍ଟ୍ରପତି ନିର୍ବାଚନ: ରାଜ୍ୟବାସୀଙ୍କୁ ବିଜେଡି ଲଜ୍ଜିତ କରିଛି, ବହୁମୂଲ୍ୟ ଦେବାକୁ ପଡ଼ିବ : ଭକ୍ତ
- କଂଗ୍ରେସ ସଂଗଠନ ସୃଜନ ଅଭିଯାନ : ତୃତୀୟ ଦିନରେ ଓଡିଶା ପହଁଞ୍ଚିଲେ ୭ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ
- 2025 ମସିହା ଶେଷକୁ ଜନଗଣନା ଆରମ୍ଭ ହେବ- ରାଜସ୍ୱ ମନ୍ତ୍ରୀ
ଅହେତୁକ ଦରଦାମ ବୃଦ୍ଧି ବିରୋଧରେ ବିଜେଡିର ବିକ୍ଷୋଭ

ଭୁବନେଶ୍ୱର, 6 ଜାନୁଆରି - ଅହେତୁକ ଦରଦାମ ବୃଦ୍ଧି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି ବିଜୁ ଜନତା ଦଳ। ଗାନ୍ଧୀ ମାର୍ଗରେ ଦଳ କରିଛି ବିଶାଳ ବିକ୍ଷୋଭ ସମାବେଶ । ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରୁ ନେତା ନିଜ ନିଜ କର୍ମୀଙ୍କୁ ଧରି ବିକ୍ଷୋଭ ସ୍ଥଳରେ ପହଂଚିଥିଲେ । ବରିଷ୍ଠ ନେତା ବଦ୍ରିନାରାୟଣ ପାତ୍ର,ପ୍ରତାପ ଜେନା, ସଂଜୟ ଦାସବର୍ମା, ସସ୍ମିତ ପାତ୍ର, ନିରଞ୍ଜନ ପୂଜାରୀ, ସସ୍ମିତ ପାତ୍ର,ଶାରଦା ନାଏକ,ପ୍ରଣବ ପ୍ରକାଶ ଦାସ ଙ୍କ ଭଳି ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି।ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା କ୍ଷେତ୍ରରେ ଉଭୟ କେନ୍ଦ୍ର ସରକାର ଓ ଓଡିଶା ସମେତ ବିଜେପି ଶାସିତ ରାଜ୍ୟ ସରକାର ସମ୍ପୂର୍ଣ ବିଫଳ ।
ଦରଦାମ ବୃଦ୍ଧି ଯୋଗୁ ଜନସାଧାରଣ ହନ୍ତସନ୍ତ ହେଉଥିବା ବେଳେ ସରକାରଙ୍କ ଉପରେ ଏହା କିଛି ପ୍ରଭାବ ପଡୁ ନାହିଁ। ଡବଲ ଇଞ୍ଜିନ୍ ସରକାରର ଶାସନରେ ଓଡିଶାବାସୀ ତ୍ରାହି ତ୍ରାହି ଡାକିଲେଣି। ସରକାର ଦରଦାମ ନିୟନ୍ତ୍ରଣ କରିବା ପରିବର୍ତ୍ତେ ବିଭିନ୍ନ ପ୍ରକାର ଭ୍ରମାତ୍ମକ ଓ ମିଥ୍ୟା ତଥ୍ୟ ଦେଇ ଲୋକଙ୍କୁ ଭଣ୍ଡାଇବାକୁ ଚେଷ୍ଟା କରୁଛନ୍ତି। ଏହାର ପ୍ରତିବାଦରେ ଆଜି ରାଜଧାନୀରେ ବିଜେଡି ଆୟୋଜନ କରିଛି ବିଶାଳ ଗଣବିକ୍ଷୋଭ। ଏହି ସମାବେଶରେ ପ୍ରାୟ ହଜାର ହଜାର କର୍ମୀ ଯୋଗ ଦେଇଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି।