- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ବିଜେପି ବିଜେଡ଼ି ପଲିଟିକାଲ ଷ୍ଟଣ୍ଟ କରୁଛନ୍ତି- କଂଗ୍ରେସ
ଉପମୁଖ୍ୟମନ୍ତ୍ରୀ ଜାଣିବା କଥା ଧାନ ଅମଳ ହୁଏ କେବେ, ଚାଷୀ ନୁହେଁ ବୋନସ ନେଉଛନ୍ତି ଦଲାଲ୍
(FMNews)- ବିଜେପି ବିଜେଡ଼ି କ୍ଷୟକ୍ଷତି ସମୀକ୍ଷା ନୁହେଁ ପଲିଟିକାଲ ଷ୍ଟଣ୍ଟ କରୁଛନ୍ତି କହି ସମାଲୋଚନା କରିଛନ୍ତି କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା । ସେ କହିଛନ୍ତି ଯେ, ବିଜେଡି ବିଜେପି ସବୁବେଳେ ଏକାଠି ଥିଲେ ଆଉ ଏବେ ବି ଅଛନ୍ତି।
ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଖାଲି ଲୋକ ଦେଖାଣିଆ। ବାସ୍ତବରେ ଚାଷୀ ନା ତ ସଠିକ୍ ଏମ୍ଏସପି ପାଉଛି ନା କଟନି ଛଟନି ବନ୍ଦ୍ ହେଉଛି। ମଣ୍ଡିରେ ଦଲାଲ ରାଜ୍ ଚାଲିଛି।
ଚାଷୀମାନେ ଦଲାଲ୍ ମାନଙ୍କୁ ଧାନ ବିକ୍ରି କରୁଛନ୍ତି। ଉପମୁଖ୍ୟମନ୍ତ୍ରି ଜାଣିନାହାନ୍ତି ଧାନ ଅମଳ କେବେ ହୁଏ। ୧୬ ଜିଲ୍ଲାରେ ଏବେବି ମଣ୍ଡି ଖୋଲିନାହିଁ।ଦଲାଲ୍ ମାନଙ୍କୁ ଚାଷୀ ଧନ ବିକି ସାରିଛନ୍ତି। ଏ ଯେଉଁ ଇନ୍ ପୁଟ ସବସିଡି ବା ବୋନସ ସେଇଟା ଚାଷୀ ନୁହେଁ ଦଲାଲ୍ ମାନେ ପାଇବେ। ୧୪ ଜିଲ୍ଲାରେ ଚାଷୀ ଧାନ ର ଉପଯୁକ୍ତ ମୂଲ୍ୟ ପାଉନାହାନ୍ତି। ସପ୍ତାହ ମଧ୍ୟରେ୩ ଜଣ ଚାଷୀ ମଲେଣି ଆଉରିଆତ୍ମହତ୍ୟା କରିବେ। ସରକାରଙ୍କର ସବୁ ମନ୍ତ୍ରୀ ମାନେ ଖାମଖିଆଲି ଷ୍ଟେଟମେଣ୍ଟ ଦେଉଛନ୍ତି। ଗୋଟିଏ ଦିନରେ କେବେବି ଚାଷୀଙ୍କ କ୍ଷୟକ୍ଷତି ଅକଲନ କରି ରିପୋର୍ଟ ଦେବା ସମ୍ଭବ ନୁହେଁ ବୋଲି ସନ୍ତୋଷ ସିଂହ ସାଲୁଜା କହିଛନ୍ତି।