- ଉପରାଷ୍ଟ୍ରପତି ନିର୍ବାଚନ: ଏନଡିଏର ସଂଖ୍ୟା, ଅସନ୍ତୋଷ ଓ ବିବେକର ପରୀକ୍ଷା
- ସରକାର ଆଉ କେତେଦିନ ନେତୃତ୍ବର ଭ୍ରୂଣହତ୍ୟା କରୁଥିବେ: ଭକ୍ତ
- ଉପରାଷ୍ଟ୍ରପତି ନିର୍ବାଚନ: ରାଜ୍ୟବାସୀଙ୍କୁ ବିଜେଡି ଲଜ୍ଜିତ କରିଛି, ବହୁମୂଲ୍ୟ ଦେବାକୁ ପଡ଼ିବ : ଭକ୍ତ
- କଂଗ୍ରେସ ସଂଗଠନ ସୃଜନ ଅଭିଯାନ : ତୃତୀୟ ଦିନରେ ଓଡିଶା ପହଁଞ୍ଚିଲେ ୭ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ
- 2025 ମସିହା ଶେଷକୁ ଜନଗଣନା ଆରମ୍ଭ ହେବ- ରାଜସ୍ୱ ମନ୍ତ୍ରୀ
ବ୍ଲକଗ୍ରାଂଟ କର୍ମଚାରୀଙ୍କ ବଦଳି ହୋଇପାରିବ ନାହିଁ , ହାଇକୋର୍ଟରେ ଦୁଇଜଣିଆ ଖଣ୍ଡପୀଠଙ୍କ ଗୁରୁତ୍ୱପୂର୍ଣ୍ଣ ରାଏ

ଭଦ୍ରକ- ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ର ବିଜ୍ଞପ୍ତି ସଂଖ୍ୟା- ଏଚଇ- ଏନ୍ ସି ଇ ଟି - ଆଇ - ପଲିସି - ୦୦୨-୨୦୨୧-୧୫୫୨୧ / ୧୬-୪-୨୦୨୨ ଅନୁଯାୟୀ ବେସରକାରୀ ଅନୁଦାନ ପ୍ରାପ୍ତ କଲେଜରେ ବ୍ଲକ ଗ୍ରାଂଟ ପାଉଥିବା କମର୍ଚାରି ମାନଙ୍କୁ ଗୋଟେ ଶିକ୍ଷାନୁଷ୍ଠାନ ରୁ ଅନ୍ୟ ଏକ ଅନୁଷ୍ଠାନ କୁ ବଦଳି କରାଯାଇ ପାରିବ ନାହିଁ । ଜି ଆଇ ଏ ନଂ - ୨୦୦୪/୨୦୦୮/୨୦୦୯/୨୦୧୪ ଅନୁଯାୟୀ ରେ କାର୍ଯ୍ୟରତ କର୍ମଚାରୀ ମାନେ ଯିଏକି ବେସରକାରୀ ଅନୁଦାନ ପ୍ରାପ୍ତ କଲେଜରୁ ବ୍ଲକ ଗ୍ରାଣ୍ଡ ପାଉଥିବେ ସେମାନେ ରାଜ୍ୟ ବ୍ୟାପି ସାଧାରଣ କ୍ୟାଡ଼ର ରେ ଅନ୍ତର୍ଭୁକ୍ତ ନୁହଁନ୍ତି। ଯାହାଦ୍ୱାରା ସେମାନଙ୍କୁ ବଦଳି କରାଯାଇ ପାରିବ ନାହିଁ। ସୂଚନା ମୁତାବକ ଉଚ୍ଚ ଶିକ୍ଷା ନିର୍ଦ୍ଦେଶ ମୁତାବକ ପ୍ରଶାସନିକ ଆଧାରରେ ଗତ ମାର୍ଚ୍ଚ ୧୦,୨୦୨୫ ରେ ଭଦ୍ରକ ଜିଲ୍ଲା ଧାମନଗର କଲେଜ ରେ କାର୍ଯ୍ୟରତ କନିଷ୍ଠ କିରାଣୀ ସୁରେନ୍ଦ୍ର କୁମାର ଜେନାଙ୍କୁ ଜିଲ୍ଲା ଭିତରେ ଥିବା ମଞ୍ଜୁରିରୋଡ ସ୍ଥିତ ନାଆମି କଲେଜ କୁ ବଦଳି କରାଯାଇଥିଲା। ଉଚ୍ଚ ଶିକ୍ଷା ବିଭାଗ ର ଏହି ବଦଳି ନିର୍ଦ୍ଧେଶ କୁ ଚାଲେଞ୍ଜ କରି ଶ୍ରୀଯୁକ୍ତ ଜେନା ଉଚ୍ଚ ନ୍ୟାୟାଳୟ କଟକ ଠାରେ ଡ଼ବ୍ଲୁ ଏ ନଂ ୬୮୫/୨୦୨୫ ରିଟ ଅପିଲ କରିଥିଲେ।ଏପରି ବଦଳି ପ୍ରସଙ୍ଗରେ ଉଚ୍ଚ ଶିକ୍ଷା ବିଭାଗ ନେଇଥିବା ନିଷ୍ପତି ଉପରେ ୧୬/୪/୨୦୨୨ ରେ ଜାରି କରିଥିବା ବିଜ୍ଞପ୍ତି କୁ ହାଇକୋର୍ଟ ବିଚାରକୁ ନେଇ ଆବେଦନ କାରୀଙ୍କୁ ଅନ୍ୟତ୍ର ଏକ ଶିକ୍ଷାନୁଷ୍ଠାନ ରେ କାର୍ଯ୍ୟ କରିବାକୁ ୧୦/୩/୨୫ ରେ ଉଚ୍ଚ ଶିକ୍ଷା ବିଭାଗ ଦେଇଥିବା ନିର୍ଦ୍ଧେଶ କୁ ରଦ୍ଦ କହିଛନ୍ତି। ପ୍ରଥମେ ଆବେଦନ ଳ ଶ୍ରୀ ଜେନା ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ୧୦/୩/୨୦୨୫ ଜାରି କରିଥିବା ବଦଳି ନିର୍ଦ୍ଧେଶ ବିରୁଦ୍ଧରେ ହାଇକୋର୍ଟ ଏକ ଡବ୍ଲୁ ପି ସି ନଂ ୭୭୮୩/୨୫ ରେ ଜନ ସ୍ୱାର୍ଥ ମାମଲା ରୁଜୁ କରିଥିଲେ ।ଯେଉଁଥିରେ କି ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଧେଶ ଉପରେ ହସ୍ତକ୍ଷେପ କରିବାକୁ ମନା କରିବା ସହ ୨୦/୩/୨୫ ରେ ହାଇକୋର୍ଟ ରେ ଜଣିକିଆ ଖଣ୍ଡପୀଠ ଆବେଦନ କରି ଦାୟର କରିଥିବା ମାମଲା କୁ ରଦ୍ଦ କରିଥିଲେ। ହାଇକୋର୍ଟ ଙ୍କ ଏହି ରାଏ କୁ ଚ୍ୟାଲେଞ୍ଜ କରି ଦୁଇ ଜଣିଆ ଖଣ୍ଡପୀଠ ରେ ପୁନର୍ବାର ମାମଲା ଦାୟର କରିବା ସହ ରିଟ ଅପିଲ ୬୮୫/୨୦୨୫ କରିଥିଲେ। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଏମ ଏସ ରମଣ ଙ୍କୁ ନେଇ ଗଠିତ ଖଣ୍ଡପୀଠ ରେ ଶ୍ରୀ ଜେନାଙ୍କ ଆବେଦନକୁ ଗ୍ରହଣ କରି ଶୁଣାଣୀ କରି କହିଥିଲେ ଯେ ଉଚ୍ଚ ଶିକ୍ଷା ବିଭାଗ ର ମୁତାବକ ବିଜ୍ଞପ୍ତି ସଂଖ୍ୟା- ଏଚଇ- ଏନ୍ ସି ଇ ଟି - ଆଇ - ପଲିସି - ୦୦୨-୨୦୨୧-୧୫୫୨୧ / ୧୬-୪-୨୦୨୨ ଅନୁଯାୟୀ ବେସରକାରୀ ଅନୁଦାନ ପ୍ରାପ୍ତ କଲେଜରେ ବ୍ଲକ ଗ୍ରାଂଟ ପାଉଥିବା କମର୍ଚାରି ମାନଙ୍କୁ ଗୋଟେ ଶିକ୍ଷାନୁଷ୍ଠାନ ରୁ ଅନ୍ୟ ଏକ ଅନୁଷ୍ଠାନ କୁ ବଦଳି କରାଯାଇ ପାରିବ ନାହିଁ ବୋଲି ଗତ ୭/୫/୨୦୨୫ ରେ ରାଏ ପ୍ରଦାନ ରେ ସ୍ପଷ୍ଟ କରିଥିଲେ।ଆବେଦନ କାରୀଙ୍କ ପକ୍ଷରୁ ତରଫରୁ ଆଇନଜୀବୀ ସମୀର କୁମାର ଦାସ ମାମଲା ପରିଚାଳନା କରିଥିଲେ। ଏହି ରାଏ ପ୍ରକାଶ ହେବା ଫଳରେ ରାଜ୍ୟରେ ବେସରକାରୀ ଅନୁଦାନ ପ୍ରାପ୍ତ କଲେଜରେ ଥିବା ଶହ ଶହ ସଂଖ୍ୟାର କର୍ମଚାରୀ ଙ୍କ ମନରେ ଆନନ୍ଦରେ ଲହରୀ ଖେଳିଯାଇଛି। ଉଚ୍ଚ ଶିକ୍ଷା ବିଭାଗ ଉପରିସ୍ଥ ଅନଭିଜ୍ଞ ଅଧିକାରୀଙ୍କ ହିନ ମାନସିକତା ସହ ରାଜନୈତିକ ମନ୍ଦ ଉଦ୍ଦେଶ୍ୟ ରଖି ଏପରି ନିର୍ଦ୍ଧେଶ କରାଯାଇଥିବା ନେଇ ସର୍ବସାଧାରଣରେ ଆଲୋଚନା ହେଉଛି । ସ୍ୱଳ୍ପ ବେତନ ପାଇବା ସହ ଦୂର ଦୁରାନ୍ତରୁ ଯାଇ କାର୍ଯ୍ୟ ନିର୍ବାହ କରିବା ପରେ ମଧ୍ୟ ଯଦି ଜଣେ କର୍ମଚାରୀ ବିରୁଦ୍ଧରେ ଏପରି ବେଆଇନ ନିର୍ଦ୍ଦେଶ ଦେବା ଯାହାକି ବ୍ୟକ୍ତିଗତ ରାଜନୈତିକ ଆକ୍ରୋଶ ଶିକାର କିମ୍ବା ଅନଭିଜ୍ଞ ଉପରିସ୍ଥ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ଉପରେ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି। ଏପରିକି ଖୋଦ ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀଙ୍କ ଅଂଚଳ ତଥା ରାଜ୍ୟର ପ୍ରଥମ ଘଟଣା ଘଟିବା ନେଇ ସାଧାରଣରେ ବେଶ ଆଲୋଚନା ବିଷୟ ପାଲଟିଛି।