BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

ବଜେଟ 2025-26: ସଂକ୍ଷେପରେ

FMNEWS.IN 17-02-2025
Budget 2025-26: In Brief

ଭୁବନେଶ୍ୱର, 17 ଫେବୃୟାରୀ: ରାଜ୍ୟ ବଜେଟ ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ସୋମବାର ବିଧାନସଭାରେ ଉପସ୍ଥାପିତ ହୋଇଛି। ଅର୍ଥ ବିଭାଗ ଦାୟିତ୍ଵରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ ଉପସ୍ଥାପନ କରିଛନ୍ତି।

ଏଥର ବଜେଟର ଆକାର 2.90 ଲକ୍ଷ କୋଟି ରହିଥିବା ବେଳେ ଏହା ରାଜ୍ୟ ସକଳ ଘରୋଇ ଉତ୍ପାଦର 27.3 ପ୍ରତିଶତ ଅଟେ । କାର୍ଯ୍ୟକ୍ରମ ବ୍ୟୟ 1.70 ଲକ୍ଷ କୋଟି ହୋଇଥିବା ବେଳେ ଏହା ମୋଟ ବଜେଟ ଅଟକଳର 58.6 ପ୍ରତିଶତ । ପୁଞ୍ଜି ବିନିଯୋଗ 65,012 କୋଟି ଟଙ୍କା ହୋଇଥିବା ବେଳେ ଏହା ରାଜ୍ୟ ସକଳ ଘରୋଇ ଉତ୍ପାଦର 6.1 ପ୍ରତିଶତ ଅଟେ ।

ସାମାଜିକ କ୍ଷେତ୍ର ପାଇଁ 1,19,565 କୋଟି ଟଙ୍କା ହୋଇଥିବା ବେଳେ ଏହା ମୋଟ ବଜେଟ ଅଟକଳର 41 ପ୍ରତିଶତ ଅଟେ । ଆର୍ଥିକ କ୍ଷେତ୍ର ପାଇଁ 91,647 କୋଟି ଟଙ୍କା ରହିଥିବା ବେଳେ ଏହା ମୋଟ ବଜେଟ ଅଟକଳର 32 ପ୍ରତିଶତ ଅଟେ । ଉନ୍ନୟନମୂଳକ ବ୍ୟୟ 2,11,212 କୋଟି ରହିଥିବା ବେଳେ ଏହା ମୋଟ ବଜେଟ ଅଟକଳର 73 ପ୍ରତିଶତ ଅଟେ । ରାଜସ୍ବ ବଳକା 31,800 କୋଟି ଟଙ୍କା ହୋଇଥିବା ବେଳେ ଏହା ରାଜ୍ୟ ସକଳ ଘରୋଇ ଉତ୍ପାଦର 3.0 ପ୍ରତିଶତ ଅଟେ ।

ବିତ୍ତୀୟ ନିଅଣ୍ଟ 34,200 କୋଟି ଟଙ୍କା ହୋଇଥିବା ବେଳେ ଏହା ରାଜ୍ୟସକଳ ଘରୋଇ ଉତ୍ପାଦର 3.2 ପ୍ରତିଶତ । ସେହିପରି ଋଣ ଭାର 1,34,914 କୋଟି ଟଙ୍କା ଥିବା ବେଳେ ଏହା ରାଜ୍ୟ ସକଳ ଘରୋଇ ଉତ୍ପାଦର 12.7 ପ୍ରତିଶତ ଅଟେ ।