Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
କାଲିଠୁ ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶନ, ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ଡିଜିପି
FMNEWS.IN
12-02-2025
ଭୁବନେଶ୍ୱର, 12 ଫେବ୍ରୁଆରି ଆସନ୍ତାକାଲିଠାରୁ ସପ୍ତଦଶ ବିଧାନସଭାର ଦ୍ବିତୀୟ ବା ବଜେଟ ଅଧିବେଶନ। ତା ପୂର୍ବରୁ ବିଧାନସଭାର ବାହାର ଓ ଭିତର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ। ଯାଞ୍ଚ ସମୟରେ ପୋଲିସ କମିଶନର, ଭୁବନେଶ୍ୱର ଡିସିପି ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ବିଧାନସଭା ସୁରକ୍ଷା ପାଇଁ ମୁତୟନ ହେବେ 30 ପ୍ଲାଟୁନ ପୋଲିସ ଫୋର୍ସ, ଦାୟିତ୍ବରେ ରହିବେ 100 ପୋଲିସ ଅଫିସର। ସ୍ପେଶାଲ ଟାକଟିକାଲ ୟୁନିଟ,ରୁଫ ଟପ ସିକ୍ୟୁରୀଟି, ଡଗ ସ୍କ୍ବାଡ଼ ସୁରକ୍ଷା ବ୍ୟବସ୍ଥାରେ ମୁତୟନ ହେବେ।
ଲାଗିବ ସିସିଟିଭି। ଆନ୍ଦୋଳନ ସ୍ଥଳରେ ସ୍ଵତନ୍ତ୍ର ଫୋର୍ସ ଆବଶ୍ୟକ ଅନୁସାରେ ହେବେ ନିୟୋଜିତ। ବିଧାନସଭାର ପ୍ରଥମ ପର୍ଯ୍ୟାୟ ଆସନ୍ତାକାଲି ଠାରୁ ଆରମ୍ଭ ହୋଇ 21 ଯାଏ ଓ ଦ୍ୱିତୀୟ ଅଧିବେଶନ ମାର୍ଚ 7ରୁ ଏପ୍ରିଲ 5 ଯାଏ ଚାଲିବ। ମୋଟ 28 ଟି କାର୍ଯ୍ୟ ଦିବସ ରହିବ।